spot_img

Latest Posts

କୃଷକଙ୍କ ପାଇଁ ଉପବାସ ରହିବା ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଜାବଡେକର

ଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ତେଜୁଛି ରାଜନୀତି। ପ୍ରଥମେ ଭାରତ ବନ୍ଦ ଏବଂ ବର୍ତ୍ତମାନ ଭୋକ ଉପାସରେ ସରକାରଙ୍କୁ କଡ଼ା ବାର୍ତ୍ତା ଦେଉଛନ୍ତି ଚାଷୀ। ଅନ୍ୟପଟେ ଏ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଜାରି ରହିଛି। କୃଷକଙ୍କ ସମର୍ଥନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। କେଜରିୱାଲ କୃଷକଙ୍କ ପାଇଁ ଉପବାସ ରହିବେ ବୋଲି ଘୋଷଣା କରିଛନ୍ତି। ଏ ନେଇ ଆପ୍ ଓ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୋମବାର ଟ୍ୱିଟ୍ କରି ଦିଲ୍ଲୀ ସିଏମଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି, ‘ଅରବିନ୍ଦ କେଜ୍ରିୱାଲ, ଏହା ତୁମର ପ୍ରବଞ୍ଚନା। ଆପଣ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଆପଣ ଜିତନ୍ତି ତେବେ ଏପିଏମସି ଆକ୍ଟରେ ସଂଶୋଧନ କରାଯିବ। ନଭେମ୍ବର ୨୦୨୦ରେ ଆପଣ ଦିଲ୍ଲୀର କୃଷି ନିୟମକୁ ମଧ୍ୟ ସୂଚିତ କରିଛନ୍ତି। ଆଉ ଆଜି ଆପଣ ଉପବାସ କରିବାର ନାଟକ କରୁଛନ୍ତି, ଏହା ଆପଣଙ୍କ ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ।’

ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ କୃଷକଙ୍କ ପ୍ରସଙ୍ଗରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ବିଗତ ଦିନରେ କେଜ୍ରିୱାଲ ସିନ୍ଧୁ ସୀମାରେ ଚାଷୀଙ୍କୁ ଭେଟିବା ସହ ଭାରତ ବନ୍ଦକୁ ବି ଆପ୍ ସମର୍ଥନ ଦେଇଥିଲା। ଅନ୍ୟପଟେ ବିଜେପି ଓ କେନ୍ଦ୍ର ସରକାର ଅଭିଯୋଗ କରୁଛନ୍ତି ଯେ ବିରୋଧୀ ଚାଷୀଙ୍କୁ ବାଟବଣା କରୁଛନ୍ତି ଓ ଏହି ଆନ୍ଦୋଳନକୁ ରାଜନୀତି କରୁଛନ୍ତି।

Latest Posts

Don't Miss