spot_img

Latest Posts

ରାଜ୍ୟର ଭୂମିକାକୁ ମୋଦିଙ୍କ ପ୍ରଶଂସା, କହିଲେ ପ୍ରଚାର ନହେଉ ଗୁଜବ

ନୂଆଦିଲ୍ଲୀ: ୧୬ରୁ ସାରା ଦେଶରେ ଟିକାକରଣ । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ପରିଚାଳନାରେ ସମସ୍ତ ରାଜ୍ୟର ଭୂମିକାକୁ ପ୍ରଶଂସା କରିଛନ୍ତି । ୪ଟି ଭ୍ୟାକ୍ସିନ ବ୍ୟବହାର ନେଇ କାର୍ଯ୍ୟ ଚାଲୁଥିବାରୁ ମୁଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମାଣ ହେଉଥିବା ଭ୍ୟାକ୍ସିନ ପ୍ରଭାବଶାଳୀ ରହିଛି  । କୋଭିଡକୁ ପ୍ରତିହତ କରିବାରେ ଏହା ସଠିକ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି  ।

ବର୍ତ୍ତମାନ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ଦୁଇଟି କୋଭିଡ-୧୯ ଟିକା ସ୍ୱଦେଶୀ ଭାରତ ବାୟୋଟେକର କୋଭାକ୍ସିନ କିମ୍ବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡକୁ ଅନୁମତି ଦେଇଛନ୍ତି। ସେହିପରି ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବୃଦ୍ଧମାନଙ୍କୁ ଟିକା ପ୍ରଦାନ କରାଯିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମଧ୍ୟ ବିଶ୍ବର ୫୦ଟି ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତି ନେଇ କାର୍ଯ୍ୟ ଜାରି ରହିଛି । ଏବଂ ପାଖାପାଖି ୨.୫ କୋଟି ଭ୍ୟାକ୍ସିନ ନିର୍ମାଣ କରିଛନ୍ତି । କିନ୍ତୁ ସେମାନଙ୍କ ଠାରୁ ଢେର ଆଗରେ ରହିଛି ଭାରତ । ଆଗାମୀ କିଛି ମାସ ମଧ୍ୟରେ ଭାରତରେ ୩୦ କୋଟି କୋଭିଡ ଭ୍ୟାକ୍ସିନ ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ଵୟର ସମୀକ୍ଷା କରିଛନ୍ତି ମୋଦି । ଟିକାର ବିତରଣ ଓ ପରିଚାଳନାକୁ କିପରି ସୁନିଶ୍ଚିତ କରିଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ଟିକାକୁ ନେଇ କୌଣସି ଗୁଜବ ପ୍ରଚାର ଉପରେ ରାଜ୍ୟ ମାନେ ଦୃଷ୍ଟି ଦେବାକୁ ବୈଠକରେ ଯୋଗଦେଇ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Latest Posts

Don't Miss