spot_img

Latest Posts

ସେନାରେ ପରକିୟା ପ୍ରୀତି ଉପରେ ରୋକ, ସୁପ୍ରିମକୋର୍ଟଙ୍କ ରାୟ ପରିସରଭୁକ୍ତ ନକରିବାକୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅନୁଶାସନକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଆଉ ଏକ ପ୍ରୟାସ। ସୁପ୍ରିମକୋର୍ଟଙ୍କ ଏକ ରାୟରୁ ଭାରତୀୟ ସେନାଙ୍କୁ ବାଦ ରଖିବା ପାଇଁ କେନ୍ଦ୍ର ସରକାର ଯେଉଁ ଆବେଦନ କରିଥିଲେ ତାହାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି କୋର୍ଟ। ୨୦୧୮ରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ପରକିୟା ପ୍ରୀତିକୁ ଦଣ୍ଡନୀୟ ଅପରାଧ ନୁହେଁ ବୋଲି କହିଥିଲେ। କାରଣ ଏହାଦ୍ୱାରା ବ୍ୟକ୍ତିର ସ୍ୱାଧିନତା ଓ ସମାନତା ଅଧିକାର ଛିନ୍ନ ହେଉଛି ବୋଲି କୋର୍ଟ ବିବେଚନା କରିଥିଲେ। କିନ୍ତୁ ପରକୀୟା ପ୍ରିତି କାରଣ ଦର୍ଶାଇ ସ୍ୱାମୀ ସ୍ତ୍ରୀ ଚାହିଁଲେ ଛାଡପତ୍ର ପାଇଁ ଆବେଦନ କରିପାରିବେ।

ସାରା ଦେଶରେ ଏହି ଆଇନ ଲାଗୁ ହୋଇଥିବା ବେଳେ ଭାରତୀୟ ସେନାଙ୍କ କ୍ଷେତ୍ରରେ ଏହା ଲାଗୁ କରିବା ଠିକ୍‌ ହେବ ନାହିଁ ବୋଲି ସେନା ଅଧିକାରୀ ମାନେ ଚିନ୍ତା କରିଛନ୍ତି। ଭାରତୀୟ ସେନାରେ କେହି ପରକୀୟା ପ୍ରୀତି କଲେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଇଥାଏ। ଏଥିପାଇଁ କଡାଦଣ୍ଡର ମଧ୍ୟ ପ୍ରାବଧାନ ରହିଛି।

ହେଲେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେନାଙ୍କ ଅନୁଶାସନରେ କୋହଳ ଆସିବ। ଏଥିପାଇଁ ସେନା ପକ୍ଷରୁ ପୂର୍ବରୁ ପ୍ରତିରକ୍ଷା ବିଭାଗ ନିକଟରେ ନିଜ ପକ୍ଷ ରଖିଥିଲେ। କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଉପରେ ଚିନ୍ତା କରିବା ସହ ମାମଲାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି କୋର୍ଟ।

Latest Posts

Don't Miss