spot_img

Latest Posts

‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ ପାଳି: ମୁମ୍ବାଇରେ ୟୁପିର ତିନି ଜଣିଆ ଟିମ୍

ମୁମ୍ବାଇ: ୱେବ ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ଲାଗିରହିଛି । ସିରିଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଅପମାନିତ କରାଯାଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ବିରୋଧ । ସିରିଜରେ ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଇଛି ବୋଲି ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ ଏହାରି ଭିତରେ ଆଉ ଏକ ୱେବସିରିଜକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ‘ତାଣ୍ଡବ’ ପରେ ଏବେ ‘ମିର୍ଜାପୁର’ର ପାଳି ପଡିଛି ।

ମିର୍ଜାପୁର ସିରିଜର ପ୍ରଯୋଜକ ରିତେଶ ସିଧୱାନି, ଫରହାନ ଅଖତର ଓ ଆମାଜନ ପ୍ରାଇମ ସମେତ ଅନେକ ଲୋକଙ୍କ ନାଁରେ ଅରବିନ୍ଦ ଚର୍ତୁବେଦି ନାମକ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି ।

ୱେବ ସିରିଜରେ ମର୍ଜାପୁରର ଛବି ଖରାପ କରିବା, ଧାର୍ମିକ ଭାବନାକୁ ଆଘାତ ଦେବା, ପାରିବାରିକ ସମ୍ପର୍କକୁ ନେଇ ଭୁଲ ବାର୍ତ୍ତା ପ୍ରଦାନ କରିବା, ଆତଙ୍କ ଏବଂ ବେଆଇନ କାର୍ଯ୍ୟକଳାପ କରିବା ଆଦି ଅଭିଯୋଗରେ ଗତ ୧୭ ଜାନୁଆରୀରେ ଉତ୍ତର ପ୍ରଦେଶରେ ଏଫଆଇଆର୍‌ ରୁଜୁ ହୋଇଥିଲା। ଏହାକୁ ଆଧାର କରି ଜାନୁଆରୀ ୨୨ ତାରିଖରେ ଉତ୍ତରପ୍ରଦେଶ ପୁଲିସର ତିନି ଜଣିଆ ଟିମ୍‌ ୱେବସିରିଜର ମେକର୍ସଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇରେ ଡେରା ପକାଇଛନ୍ତି । ଏହି ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ପୋଲସି କର୍ମଚାରୀ ଓ ଜଣେ କନଷ୍ଟେବଳ ସାମିଲ ଅଛନ୍ତି ।

ସୂଚନା ମୁତାବକ, ‘ମିର୍ଜାପୁର’ ୱେବ ସିରିଜର ପ୍ରଥମ ସିଜିନ ୨୦୧୮ରେ ରିଲିଜ ହୋଇଥିଲା। ଦୁଇ ବର୍ଷ ପରେ ୨୦୨୦ରେ ଏହାର ଦ୍ୱିତୀୟ ସିଜିନ ରିଲିଜ କରାଯାଇଥିଲା। ସିରିଜରେ ଥିବା ବିବାଦୀୟ ଡାଏଲଗ ଏବଂ ଦୃଶ୍ୟକୁ ନେଇ ପ୍ରଶଂସକ ବଏକଟ୍‌ ପାଇଁ ଦାବି କରିଥିଲେ। ଏହି ୱେବ ସିରିଜର ଲିଡ୍‌ ରୋଲରେ ନଜର ଆସିଥିଲେ ପଙ୍କଜ ତ୍ରିପାଠୀ, ଅଲ୍ଲି ଫେଜଲ, ଦିବ୍ୟେନ୍ଦୁ ପ୍ରମୁଖ।

Latest Posts

Don't Miss