spot_img

Latest Posts

ରାଜ୍ୟରେ ପ୍ଲାଜମା ଥେରାପି ହେଉଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ: ସି ବି କେ ମହାନ୍ତି

ଭୁବନେଶ୍ୱର: ପ୍ଲାଜମା ଥେରାପିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି। ପ୍ଲାଜମା ଥେରାପି ଆରମ୍ଭ ହେବା ସମୟରେ କୋଭିଡ ପାଇଁ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ତେଣୁ ଯେବେ ପୃଥିବୀର ଅନ୍ୟ ସ୍ଥାନରେ ପ୍ଲାଜମା ଥେରାପି ଆରମ୍ଭ ହେଲା ଆମେ ସେହି ଅଭିଜ୍ଞତାକୁ ପ୍ରାଧାନ୍ୟ ଦେଲୁ। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ, ଯୁଦ୍ଧକାଳୀନ ଭିତ୍ତିରେ ଆମେ ପ୍ଲାଜମା ସଂଗ୍ରହ କେନ୍ଦ୍ର କଲୁ। ଅନେକ ଲୋକ ଏଥିରେ ଉପକୃତ ହୋଇଛନ୍ତି, ଜୀବନ ରକ୍ଷା ମଧ୍ୟ କରାଯାଇପାରିଛି। ସରକାର ଏତେ କମ ଦିନ ଭିତରେ ଏହି ବ୍ୟବସ୍ଥା ଆରମ୍ଭ କଲେ। ଏହା ଆମ ପାଇଁ ନିଆରା ଅନୁଭୂତି ଥିଲା। ପୋଷ୍ଟ କୋଭିଡ କେୟାର ପାଇଁ ସରକାର SCB ମେଡିକାଲରେ ସେଣ୍ଟର ଅଫ ଏକ୍ସସିଲେନ୍ସ କରିଛନ୍ତି। ଏବେ ଆଉ ବ୍ରିଟେନ ଭୂତାଣୁ ଭୟ ନାହିଁ। ସାରା ଦେଶରେ ଗତକାଲି ସୁଦ୍ଧା ମାତ୍ର ୧୫୩ ଜଣଙ୍କ ସୂଚନା ଆସିଛି।

ପରିବେଶ, ଲୋକଙ୍କ ବ୍ୟକ୍ତିଗତ ପ୍ରତିଷେଧ ଶକ୍ତି କି ଜେନେଟିକ କାରଣରୁ ଏହା ଏତେ ସଂକ୍ରମଣ ବୋଧେ କରିପାରି ନାହିଁ। ଅଧିକାଂଶ ଲୋକ ବ୍ରିଟେନରୁ ସଂକ୍ରମିତ ହୋଇ ଆସିଛନ୍ତି। ଭାରତରେ ଲୋକାଲ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ। ବର୍ତ୍ତମାନ ପରିସ୍ଥିତିରେ କିଛି ଭୟ ହେବାର ନାହିଁ। ଓଡ଼ିଶାରେ ବି କେହି କାଗଜପତ୍ରରେ ବ୍ରିଟେନ ଭୂତାଣୁ ଚିହ୍ନଟ ହୋଇ ନାହାନ୍ତି। କେବଳ ସନ୍ଦେହ ହୋଇଛି। ଏହା କୋଭିଡର ଆଉ ଏକ ରୂପ ମାତ୍ର।

Latest Posts

Don't Miss