ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ବଜେଟ୍ । ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍ । ପୂର୍ବ ପରମ୍ପରା ଭଳି ନାହିଁ ଖାତା ବହି । ତେବେ ପୂର୍ବରୁ ତିନିଥର ଅର୍ଥନୈତିକ ସଙ୍କୋଚନ ଭିତରେ ବଜେଟ୍ ଉପସ୍ଥାପନ ହୋଇଥିଲା । ଏଥର ମଧ୍ୟ ସମାନ ଅବସ୍ଥା ରହିଛି । କିନ୍ତୁ ଫରକ ଏତିକି ଯେ, କରୋନା ମହାମାରୀ ହେତୁ ସାରା ବିଶ୍ୱର ଅର୍ଥନୀତିରେ ଏପରି ସଙ୍କୋଚନ ରହିଛି ।
ପଢ଼ନ୍ତୁ କ’ଣ କହୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ:-
ପୂର୍ବାହ୍ନ ୧୧.୧୦
ଆତ୍ମ ନିର୍ଭରଶୀଳତା ନୂଆ ଚିନ୍ତନ ନୁହେଁ । ଇତିହାସରେ ଏପରି ଉଲ୍ଳେଖ ରହିଛି । ବଜେଟ୍ର ପ୍ରଥମ ଅଧ୍ୟାୟରେ ଆତ୍ମ ନିର୍ଭର ଭାରତ କଥା ଉଲ୍ଲେଖ ରହିଛି। ୨୦୨୨ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ପୂର୍ବାହ୍ନ ୧୧.୧୨
ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ଆତ୍ମନିର୍ଭର ଭାରତ ପ୍ୟାକେଜ । ଏଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ନ ଥିଲା । ୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ । ୨୦୨୧ରେ ନିଆଯିବ ନୂଆ ପଦକ୍ଷେପ
ଯାନବାହାନର ହେବ ଫିଟ୍ନେସ୍ ଟେଷ୍ଟ। ବ୍ୟକ୍ତିଗତ ବ୍ୟବହାର କ୍ଷେତ୍ରରେ ୨୦ ବର୍ଷରେ ହେବ ଏହି ପରୀକ୍ଷଣ ଆଉ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ଗାଡ଼ିଗୁଡ଼ିକର ୧୫ ବର୍ଷରେ ହେବ ଫିଟ୍ନେସ୍ ଟେଷ୍ଟ। ଏଥିଲାଗି ସ୍ବୟଚାଳିତ ଫିଟ୍ନେସ୍ ଟେଷ୍ଟ ବ୍ୟବସ୍ଥା ଉପଯୋଗ ହେବ।
ପୂର୍ବାହ୍ନ ୧୧.୧୫
୪୦ କୋଟି ଗରିବ ମହିଳାଙ୍କୁ ସହାୟତା ଦିଆଯାଇଛି । ସମସ୍ତଙ୍କୁ ଶିକ୍ଷା ଦେବାକୁ ଯୋଜନା । ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ବଜେଟରେ ସ୍ୱାସ୍ଥ୍ୟସେବାର ବିକାଶ ଉପରେ ଜୋର୍ ଦିଆଯାଇଛି । ଯୁବବର୍ଗକୁ ମିଳିବ ରୋଜଗାରର ସୁଯୋଗ ।
ପୂର୍ବାହ୍ନ ୧୧.୨୦
ବୟନ ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ ମେଗା ବୟନ ପାର୍କ ପ୍ରତିଷ୍ଠା ହେବ। ତିନି ବର୍ଷରେ ପ୍ରତିଷ୍ଠା ହେବ ୭ ବୟନ ପାର୍କ ।
ପୂର୍ବାହ୍ନ ୧୧.୨୫
ସ୍ୱଚ୍ଛ ଭାରତ ଆମର ମନ୍ତ୍ର । ମିଶନ ପୋଷଣ ୨.୦ର ଶୁଭାରମ୍ଭ । ପିଏମ ଆତ୍ମନିର୍ଭର ସ୍ୱା ସ୍ଥ୍ୟ ଯୋଜନା ଆରମ୍ଭ । ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ୍ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ।
ପୂର୍ବାହ୍ନ ୧୧.୨୭
ପୁରୁଣା ବାହାନ ପାଇଁ ସ୍କ୍ରାପ ପଲିସି ଆସିବ । ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ବ୍ୟୟବରାଦ । ସ୍ୱାସ୍ଥ୍ୟ ପାଇଁ ୨ ଲକ୍ଷ ୩୮ ହଜାର କୋଟି ଟଙ୍କା । ନିର୍ମାଣ କରାଯିବ ଟେକ୍ସଟାଇଲ ପାର୍କ । ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଲା ସ୍ୱା ସ୍ଥ୍ୟ ବଜେଟ । ୨.୮୬ କୋଟି ପାଣି ସଂଯୋଗ ଦିଆଯିବ ।
ପୂର୍ବାହ୍ନ ୧୧.୩୦
୩.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ଭାରତମାଳା ପରିଯୋଜନା ଅଧୀନରେ ୩୮୦୦ କିଲୋମିଟର ରାଜରାସ୍ତା ନିର୍ମାଣ ହୋଇଛି । ମାର୍ଚ ୨୦୨୨ ସୁଦ୍ଧା ୧୧ହଜାର କିଲୋମିଟର ରାସ୍ତା ନିର୍ମାଣ ଶେଷ ହେବ । ଆମେ ଅଧିକ ୮୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବଜେଟ୍ରେ ବ୍ୟବସ୍ଥା କରିଛୁ ।
ପୂର୍ବାହ୍ନ ୧୧.୩୫
୨୦ ହଜାର କୋଟି ଟଙ୍କା ବ୍ୟୟରେ ସରକାର ଏକ ସ୍ବତନ୍ତ୍ର ଡେଭେଲପ୍ମେଣ୍ଟ ଫିନାନ୍ସିଆଲ୍ ଇନ୍ଷ୍ଟିଚ୍ୟୁସନ୍ ( ଡିଏଫ୍ଆଇ) ଗଠନ ହେବ । ଏଥିଲାଗି ସରକାର ସ୍ୱତନ୍ତ୍ର ବିଲ୍ ଆଣିବେ ।
ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଲା ସ୍ବାସ୍ଥ୍ୟ ବଜେଟ । ୨.୮୬ କୋଟି ପାଣି ସଂଯୋଗ ଦିଆଯିବ । NHAIକୁ ମନିଟାଇଜ କରି FDI ଅଣାଯିବ । ୧୩ ସେକ୍ଟର ପାଇଁ PLI ସ୍କିମ୍ । ୬୦୨ ବ୍ଲକରେ କ୍ରିଟିକାଲ ହେଲଥ ସେଣ୍ଟର ଖୋଲାଯିବ । ପୁଞ୍ଜିଗତ ଖର୍ଚ୍ଚ ପାଇଁ ରାଜ୍ୟକୁ ଅଧିକ ୪.୩୯ ଲକ୍ଷ କୋଟି ବ୍ୟୟବରାଦ ।
ପଶ୍ଚିମବଙ୍ଗରେ ୬୭୫ କି.ମି ହାଇଓ୍ୱେ ନିର୍ମାଣ ହେବ । ହାଇଓ୍ୱେରେ ଖର୍ଚ୍ଚ ହେବ ୨୫ ହଜାର କୋଟି ଟଙ୍କା । ନୂଆ ଇକୋନୋମିକ କରିଡରର ନିର୍ମାଣ ହେବ । ଆସାମରେ ହାଇୱେ ପାଇଁ ୧୯ ହଜାର କୋଟି ଟଙ୍କା ଅନୁମୋଦନ । ଏୟାର କ୍ଲିନ ପାଇଁ ୫ ବର୍ଷରେ ୨୦୦୦ କୋଟି ଟଙ୍କା ।

