spot_img

Latest Posts

ଜାଲ୍ଲିକଟ୍ଟୁରେ ଚାଲିଗଲା ଜୀବନ: ୨୦ ଆହତ

ମଦୁରାଇ: ଜୀବନ ନେଲା ଜାଲ୍ଲିକଟ୍ଟୁ । ତାମିଲନାଡ଼ୁର ଥେନି ଜିଲ୍ଲା ଆୟାମପଟ୍ଟୀ ଗାଁରେ ଆଜି ଆୟୋଜିତ ବାର୍ଷିକ ଜାଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ଜଣେ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଏଥିସହିତ  ୨୦ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଚିନ୍ନାମାନୁର ୩୫ ବର୍ଷ ବୟସ୍କ ଏସ.ମୁରୁଗେସନ । ସେ କାର୍ଯ୍ୟକ୍ରମ ଦେଖିବା ପାଇଁ ଗ୍ୟାଲେରୀ ଆଡ଼କୁ ଯାଉଥିବା ବେଳେ ଏକ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତେବେ ତାଙ୍କ ଛାତିରେ ଗଭୀର କ୍ଷତ ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ଘଟଣାସ୍ଥଳୀରେ ମୃତ୍ୟୁ ଘଟିଥିଲା।

ଏଥିସହିତ ପଢ଼ନ୍ତୁ: ‘ଗନ୍ଦି ବାତ୍’ ଅଭିନେତ୍ରୀ ଗେହନା ବଶିଷ୍ଟ ଗିରଫ: ପ୍ରସ୍ତୁତ କରୁଥିଲେ ପର୍ଣ୍ଣ ଭିଡିଓ

ଏହି ଘଟଣାରେ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଥେନି ଏବଂ ଚିନ୍ନାମାନୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀ ଏଜାଇକଥାମ୍ୟାନ ମନ୍ଦିର ମହୋତ୍ସବରେ ସକାଳ ୮ଟାରେ ୬୦୦ ପଞ୍ଜୀକୃତ ଷଣ୍ଢ ଏବଂ ୩୧୫ ଟିମକୁ ନେଇ ଅନୁଷ୍ଠିତ ହୋଇଥାଏ ।

Latest Posts

Don't Miss