spot_img

Latest Posts

Farmer Protest: ଆହୁରି ତୀବ୍ର ହେବ ଆନ୍ଦୋଳନ, ୧୮ରେ ରେଳରୋକ କରିବେ ଚାଷୀ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ପାଇଁ ଚାଷୀଙ୍କ ନୂଆ ରଣନୀତି। ରାଜ୍ୟସଭାରେ ପ୍ରଧାନମମନ୍ତ୍ରୀ ମୋଦି ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାଲାଗି  ଅପିଲ କରିଥିଲେ । ହେଲେ ଚାଷୀ ସଂଗଠନ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସପ୍ତାହରେ ଚାଷୀଙ୍କ କାର୍ଯ୍ୟକ୍ରମ ନେଇ ମିଳିତ କିଷାନ ମୋର୍ଚ୍ଚା ନେତା ଡ. ଦର୍ଶନ ପାଲ୍ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ଫେବୃୟାରୀ ୧୨ ତାରିଖରେ ରାଜସ୍ଥାନର ସବୁ ରାସ୍ତାରେ ଟୋଲ ଆଦାୟ ବନ୍ଦ କରାଯିବ। ପରେ ୧୪ତାରିଖରେ ପୁଲୱାମା ଆତଙ୍କୀ ହାମଲାରେ ସହିଦ ଯବାନଙ୍କ ପାଇଁ ଚାଷୀମାନେ କ୍ୟାଣ୍ଡେଲ ମାର୍ଚ୍ଚ କରିବେ। ଏହାସହ ଆସନ୍ତା ୧୮ ତାରିଖରେ ସାରାଦେଶରେ ରେଳରୋକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ୧୮ ତାରିଖରେ  ଆନ୍ଦୋଳନକାରୀ ଚାଷୀ ଦେଶବ୍ୟାପୀ ୪ ଘଣ୍ଟା ରେଳ ରୋକ କରିବେ। ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମସ୍ତ କାର୍ଯ୍ୟକ୍ରମ ନେଇ ରଣନୀତି ପ୍ରସ୍ତୁତ କରାଯିବବୋଲି ସ୍ଥିର କରାଯାଇଛି।

Latest Posts

Don't Miss