spot_img

Latest Posts

ବର୍ଷେ ପରେ ସାମ୍ନାକୁ ଆସିଲେ ସୈତାନର ସ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ ପାଖାପାଖି ବର୍ଷେ ନିଖୋଜ ରହିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ରି ସୋଲଜୁ ସ୍ୱାମୀ କିମ ଜୋଙ୍ଗ ଉନଙ୍କ ସହ ନଜର ଆସିଛନ୍ତି। ସୂଚନା ଅନୁଯାୟୀ ଉତ୍ତର କୋରିଆର ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ଏକ କନ୍ସର୍ଟରେ ସ୍ୱାମୀସ୍ତ୍ରୀ ଏକାଠି ଉପସ୍ଥିତ ହୋଇଥିଲେ।

ସୂଚନା ଅନମୁଯାୟୀ ଉତ୍ତର କୋରିଆରେ ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମଦିନକୁ ‘ଡେ ଅଫ ଦ ଶାଇନିଂ ଷ୍ଟାର୍ ଭାବେ’ ପାଳନ କରାଯାଏ । ତେବେ ଏହି ଅବସରେ ଉଭୟ କିମ୍ ଜୋଙ୍ଗ୍ ଓ ପତ୍ନି ସାମିଲ ହୋଇଥିଲେ।  ରି ସୋଲଜୁ ଅନେକଦିନ ଗାୟବ ରହିବାରୁ ଇଣ୍ଟରନେଟରେ ଅନେକ କଳ୍ପନାଜଳ୍ପନା ହୋଇଥିଲା । କେହି କେହି ସନ୍ଦେହ କରୁଥିଲେ ଯେ, କିମ୍ ଜୋଙ୍ଗ୍ ଉନ ତାଙ୍କ ହତ୍ୟା କରିଦେଇଛନ୍ତି । ହେଲେ ଏତେ ଲମ୍ବା ବ୍ୟବଧାନ ପରେ ତାଙ୍କୁ ଦେଖି ଉତ୍ତର କୋରିଆବାସୀ ବହୁତ ଖୁସି ହୋଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ  ସଙ୍ଗୀତ ସମାରୋହରେ କରତାଳି ସହ ଗୀତ ଗାଈ ସେଲେବ୍ରେଟ କରାଯାଇଥିଲା।

କୁହାଯାଉଛି ଯେ ରି ସୋଲଜୁ କରୋନାରେ ସଂକ୍ରମିତ ହେବାରୁ ଏତେ ଦିନ ଧରି ସେ ଆଇଶୋଲେଶନରେ ଥିଲେ । ପାଖାପାଖି ଏକବର୍ଷ ହେବ ସେ କୌଣସି କାର୍ଯ୍ୟକ୍ରମ ବା ସମାରୋହରେ ଯୋଗ ଦେଇନାହାଁନ୍ତି। ଏପରିକି ଗତ ଏକବର୍ଷ ମଧ୍ୟରେ ସେ କୌଣସି ବାହାର ଦେଶକୁ ବି ଯାତ୍ରା କକରିନାହାଁନ୍ତି ।  ସେ କିମ୍ ଜୋଙ୍ଗ ଉନଙ୍କ ବନାଇଥିବା କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରୁଥିଲେ । ଯାହାଦ୍ୱାରା ଦେଶବାସୀଙ୍କୁ ଏକ ସଚେତନତାର ବାର୍ତ୍ତା ଦେବ।

ଅନ୍ୟପଟେ ଦକ୍ଷିଣ କରିଆର ଏକ ଗୁଇନ୍ଦା ସଂସ୍ଥା କହିଛି ଯେ ରି ସୋଲଜୁ ଏକବର୍ଷ ହେଲା ନିଜ ପିଲାଙ୍କୁ ସମ୍ଭାଳୁଥିଲେ । କରୋନା ମହାମାରୀରୁ ସେ ନିଜ ପିଲାଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ । ତେଣଉ ସେ ଏତେ ଦିନ ହେଲା ଘର ଭିତରେ କ୍ୱାରେଣ୍ଚାଇନରେ ଥିଲେ। ହେଲେ ଏହି ଖବରକୁ ଲୋକମାନେ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । କାରଣ ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ ଗୋଟିଏ ବି କୋରୋନା ପଜିଟିଭ ଚିହ୍ନଟ ହୋଇନାହାଁନ୍ତି।

Latest Posts

Don't Miss