spot_img

Latest Posts

ମହଙ୍ଗାପଡ଼ିଲା ନୂଆ କୃଷିଆଇନ୍: ପଞ୍ଜାବ ମହାନଗର ନିଗମ ନିର୍ବାଚନରେ ଚିତ୍‌ପଟାଙ୍ଗ ବିଜେପି, ବାଜି ମାରିଲା କଂଗ୍ରେସ୍

ବିଜେପିକୁ ମହଙ୍ଗା ପଡ଼ିଛି ୩ ନୂଆ କୃଷି ଆଇନ। ପଞ୍ଜାବରୁ ଆରମ୍ଭ ହୋଇଛି ବିଜେପିମୁକ୍ତ ଭାରତ ହାୱା। ପଞ୍ଜାବ ମହାନଗର ନିଗମ ନିର୍ବାଚନରେ ଚିତ୍‌ପଟାଙ୍ଗ ମାରିଛି ବିଜେପି। ପଞ୍ଜାବର ୭ଟି ମହାନଗର ନିଗମରୁ ୬ଟି ଆସନ କଂଗ୍ରେସ କବ୍‌ଜା କରିଥିଲା ବେଳେ ମୂଳପୋଛ ହୋଇଯାଇଛି ବିଜେପି।

ନୂଆ କୃଷି ଆଇନ ପ୍ରତ୍ୟାହର ଜିଦ୍‌ରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କେନ୍ଦ୍ରର ଅବହେଳା ଯୋଗୁ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ପଞ୍ଜାବବାସୀ। ସବୁଠି କଂଗ୍ରେସକୁ ବହୁମତ ମିଳିଛି । ଭଟିଣ୍ଠା ମହାନଗରରେ ମୋଟ ୫୩ ଆସନରୁ ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ଜିତିଛନ୍ତି। ସେହିପରି ହୋସିଆରପୁର, କପୁରଥାଲା, ଆବୋହଲ, ପଠାନକୋଟ ଓ ବଟଲା କଂଗ୍ରେସ ହାତକୁ ଯାଇଛି। ପଠାନକୋଟ ଓ କପୁରଥାଲାର ଅଧିକାଂଶ ସିଟ୍‌ରେ କଂଗ୍ରେସ ଏକତରଫା ବିଜୟୀ ହୋଇଛି। ସନ୍ନି ଦେଓଲଙ୍କ ନିର୍ବାଚନୀ କ୍ଷେତ୍ରର ୧୨ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ କିରଣ କୌରଙ୍କୁ ମାତ୍ର ୯ ଖଣ୍ଡ ଭୋଟ ମିଳିଛି।

ନକାରାତ୍ମକ ରାଜନୀତି କରୁଥିବାରୁ ବିଜେପି ସହ ଅକାଳୀ ଦଳ ଓ ଆମ୍‌ ଆଦ୍‌ମୀ ପାର୍ଟିକୁ ଜନତା ଉଚିତ୍ ଜବାବ ଦେଇଛନ୍ତି ବୋଲି କଂଗ୍ରେସ କହିଛି। ପଞ୍ଜାବରେ ବିଜେପିକୁ ସବୁଠୁ ବଡ଼ ହାର୍‌ର ମୁହଁ ଦେଖିବାକୁ ପଡ଼ିଛି। ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସର୍ବାଧିକ ଚାଷୀ ପଞ୍ଜାବର ହୋଇଥିବାରୁ ଏହି ନିର୍ବାଚନ ଫଳାଫଳ କେନ୍ଦ୍ରକୁ ମୁହଁତୋଡ ଜବାବ ବୋଲି କୁହାଯାଉଛି। ଅନ୍ୟପଟେ ଫଳାଫଳ ଆସିବା ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

Latest Posts

Don't Miss