spot_img

Latest Posts

ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ୍

କୋଲକାତା: ପଶ୍ଚିମବଙ୍ଗରେ ହାଇଭୋଲଟେଜ ଡ୍ରାମା । ନିର୍ବାଚନ ତାତି ପୂର୍ବରୁ ପଶ୍ଚିମବଙ୍ଗରେ ଆକ୍ସନ ମୁଡ୍‌ରେ ସିବିଆଇ। କୋଇଲା ତସ୍କରୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ପହଞ୍ଚିଛନ୍ତି ସିବିଆଇ ଟିମ୍।

କୋଲ ସ୍କାମ୍ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ସିବିଆଇ ଟିମ୍ ପଚରାଉଚରା କରୁଛି। ସେପଟେ ସିବିଆଇ ଟିମ୍‌ ପହଞ୍ଚିବା ପୂର୍ବରୁ ଅଭିଷେକଙ୍କ ଘରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇଥିଲେ । କିଛି ସମୟ ସେଠାରେ ରହିବା ପରେ ମମତା ଫେରିଯାଇଥିଲେ।  ଗତକାଲି ରୁଜିରାଙ୍କ ଭଉଣୀ ମେନକା ଗମ୍ଭୀରଙ୍କ ଘରକୁ ଯାଇ ୩ ଘଣ୍ଟା ଧରି ପଚରାଉଚରା କରିଥିଲା।

ସୂଚନାଯୋଗ୍ୟ, ରୁଜିରାଙ୍କୁ କୋଲ ସ୍କାମ୍‌ ମାମଲାରେ ସିବିଆଇ ପଚରାଉଚରା କରିବା ନେଇ ପୂର୍ବରୁ ନୋଟିସ ଜାରି କରିଥିଲା। ୨୦୧୯ରେ କୋଲକାତା ଏୟାରପୋର୍ଟରୁ ରୁଜିରାଙ୍କ ଠାରୁ ୨ କିଲୋଗ୍ରାମ ସୁନା ଜବତ ହୋଇଥିଲା। ବ୍ୟାଙ୍କକଙ୍ଗରୁ ବେଆଇନ ଭାବେ ସୁନା ଆଣିବା ଅଭିଯୋଗରେ ରୁଜିରାଙ୍କ ନାଁରେ ଏବେ ବି ମାମଲା ଚାଲୁଛି।

Latest Posts

Don't Miss