spot_img

Latest Posts

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢ଼େ ଗୋଟାଏରେ ଏ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ‘ପରିକ୍ରମା ଯୋଜନା ସାଢ଼େ ୪କୋଟି ଲୋକଙ୍କ ପାଇଁ’ ‘ଏହି ଯୋଜନା ଉପସ୍ଥାପନ କରି ମୁଁ ଗର୍ବିତ ଅନୁଭବ କରୁଛି । ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ। ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଇଛା।’ ସହଯୋଗ ପାଇଁ ପୁରୀବାସୀଙ୍କୁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଗତ ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୭୫ ମିଟର ସୁରକ୍ଷା କରିଡରରେ ହେବାକୁ ଥିବା ଉନ୍ନତିମୂଳକ କାମକୁ ଅନୁମୋଦନ କରାଯାଇଥିଲା। ଏହି କାର୍ଯ୍ୟର ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା। ଯାହାପରେ ଗଜପତି ଦିବ୍ୟସିଂହ ଦେବ ନକ୍ସାକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ପୁରୀ ଐତିହ୍ୟ କ୍ଷେତ୍ର ବିକାଶ ଯୋଜନାରେ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ମହାବାତ୍ୟା ଫନି ପରେ ଆରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

Latest Posts

Don't Miss