spot_img

Latest Posts

ଘରୋଇ ଡାକ୍ତରଖାନାରେ କରୋନା ଟିକାର ଦାମ୍ କେତେ ରହିବ ? ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାକୁ ଲାଗିଲାଣି। ଦେଶରେ ଏବେ ବ୍ରିଟେନ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି। କିଛି ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର। ଏହାସହ କରୋନାକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି। ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ିଚି କରୋନା କଟକଣା। ଏଇଭିତରେ ସାଧାରଣ ନାଗରିକମାନଙ୍କ ପାଇଁ ମାର୍ଚ୍ଚ ୧ ରୁ ଆରମ୍ଭ ହେବ କରୋନା ଟିକାକରଣ ବୋଲି  ଏକ ବୈଠକରେ ସ୍ଥିର ହୋଇଛି। ସେହି ବୈଠକରେ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ଟିକାକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ହୋଇଛି। ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସହ ରୋଗରେ ଆକ୍ରାନ୍ତ ଥିବା ଲୋକମାନଙ୍କୁ ମିଳିବ ଟିକା। କେବଳ ସରକାରୀ ନୁହେଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ଟୀକାକରଣ ମଧ୍ୟ କରାଯିବ।

ସବୁଠାରୁ ବଡ଼ କଥା ହେଉଛି ଯେ ଦେଶରେ କରୋନା ଟିକା ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବାକୁ ଯାଉଥିବା ବେଳେ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା ବୋଲି ସୂଚନା ମିଳିଛି। ଦେଶର ପ୍ରାୟ ୧୦ ହଜାର ଟିକାକରଣ କେନ୍ଦ୍ରରେ ମାଗଣାରେ ମିଳିବ ଟିକ। ତେବେ ଏ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ସୂଚନା ଅନୁଯାୟୀ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ସଚିବ ଡ ପ୍ରଦୀପ ବ୍ୟାସ କହିଛନ୍ତି ଯେ କରୋନା ଟିକାକରଣ କେନ୍ଦ୍ର ହେବା ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକ ପ୍ରତି ବ୍ୟକ୍ତିଙ୍କ ପିଛା ୧୦୦ ଟଙ୍କା ନେବେ। ଏହା ବ୍ୟତୀତ ସେମାନେ ଟିକା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୧୫୦ ଟଙ୍କା ନେବେ। ଏହିପରି ଭାବରେ ପ୍ରତି ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ଚାର୍ଜ ୨୫୦ ଟଙ୍କା ରହିବ। ଏହି ଘରୋଇ ଡାକ୍ତରଖାନା ମାନଙ୍କରେ ଟିକାକରଣରେ ସାମିଲ ରହିଥିବା ଅଧିକାରୀ ମାନଙ୍କୁ ମାଗଣାରେ ମିଳିବ ଟିକା।

ତେବେ କରୋନା ଟିକା ପାଇଁ କେମିତି କରିବେ ପଞ୍ଚିକରଣ। ପୂର୍ବରୁ CO-WIN ଦ୍ୱାରା ଲୋକେ ଟିକା ପାଇଁ ପଞ୍ଚିକରଣ କରୁଥିଲେ କିନ୍ତୁ ଏବେ ଆରୋଗ୍ୟ ସେତୁ ସହ CO-WIN ଓ୍ୱେବ ପୋର୍ଟାଲ ଦ୍ୱାରା ପଞ୍ଚିକରକଣ କରିପାରିବେ। ବରିଷ୍ଠ ନାଗରିକଙ୍କ ପାଇଁ ଫୋନ୍ ପଞ୍ଜୀକରଣର ଏକ ବିକଳ୍ପ ମଧ୍ୟ ରହିଛି। ଏଥିପାଇଁ ଆପଣଙ୍କୁ କଲ୍ ସେଣ୍ଟର୍ ନମ୍ବର ୧୫୦୭କୁ ଡାଏଲ୍ କରିବାକୁ ପଡିବ। ଦୁଇଟି କରୋନା ଟିକା ପାଇଁ ଭାରତରେ ଅନୁମୋଦନ ରହିଛି। ପ୍ରଥମଟି କୋଭିଶିଲ୍ଡ ଏବଂ ଦ୍ୱିତୀୟଟି ହେଉଛି ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ୍। ହେଲେ ଆପଣଙ୍କୁ କେଉଁ ଟିକା ଦିଆଯିବ ତାହା ଆପଣ ବାଛି ପାରିବେ ନାହିଁ।

 

Latest Posts

Don't Miss