spot_img

Latest Posts

ଚୀନରେ ଆରମ୍ଭ ହେବ ଶୁଦ୍ଧିକରଣ କ୍ୟାମ୍ପେନ୍, ଦଳ ଖୋଜିବ ସୁପ୍ରିମୋଙ୍କ ପ୍ରତି ବିଶ୍ୱସ୍ତ କିଏ?

ନୂଆଦିଲ୍ଲୀ: ଷ୍ଟାଲିନ୍ କ୍ଷମତାକୁ ଆସିବା ପରେ ଋଷରେ ଯାହା କରିଥିଲେ ତାକୁ ତାଙ୍କ ପରେ ସବୁ କମ୍ୟୁନିଷ୍ଟ ରାଷ୍ଟ୍ରର ମୁଖିଆ ମାନେ ଅନୁସରଣ କରି ଆସିଛନ୍ତି । ଷ୍ଟାଲିନ୍, ସୋଭିଏତ ଋଷିଆର ଲୌହ ମାନବ ପ୍ରକୃତରେ ନିଜ ବିରୋଧରେ କିଛି ମଧ୍ୟ ଶୁଣିବାକୁ ପସନ୍ଦ କରୁନଥିଲେ । ଯିଏ କହୁଥିଲା କିମ୍ବା ଯାହାର ଦଳରେ ଟିକିଏ ବି ପ୍ରତିପତି ବଢୁଥିଲା ତାକୁ ସମ୍ଭାବ୍ୟ ବିପଦ ଭାବେ ଗଣୁଥିଲେ ଷ୍ଟାଲିନ । ଲେନିନଙ୍କ ସାଥିରେ ଯେଉଁମାନେ ଲଢି ରାଜତନ୍ତ୍ରକୁ ଓପାଡ଼ି ଫୋପାଡ଼ି ଥିଲେ,ଷ୍ଟାଲିନଙ୍କ ସମୟରେ ସେମାନେ ହୋଇଗଲେ ବୁର୍ଜୁଆ। ଅନେକ ନେତାଙ୍କୁ ଗୁଳି କରି ହତ୍ୟା କରାଗଲା। କିଛିଙ୍କୁ ବନ୍ଦି କରାଗଲା । ଆଉ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସାଇବେରିଆର ଗୁଲାଗକୁ ପଠାଇ ଦିଆଗଲା ରିଏଜୁକେସନ୍ ନାମରେ। ଷ୍ଟାଲିନ୍ ଏଭଳି ଏଇଥିପାଇଁ କରିଥିଲେ ଯେ, ଯେମିତି ତାଙ୍କ ଶାସନ ପ୍ରତି କୌଣସି ବିପଦ ରହିବ ନାହିଁ ।

ଷ୍ଟାଲିନଙ୍କ ପରେ ଚୀନରେ ମାଓ ସେ ତୁଙ୍ଗ୍ ସେଇ ଏକାକଥା ଆରମ୍ଭ କରିଥିଲେ । ୧୯୭୦ ଦଶକରେ ସେ ନିଜ ଦେଶରେ ଆରମ୍ଭ କରିଥିଲେ କଲଚୁରାଲ ରେଭୋଲ୍ୟସନ୍ ବା ସାଂସ୍କୃତି ବିପ୍ଲବ । ମାଓଙ୍କ ନଜରରେ ଯେଉଁମାନେ ଥିଲେ ବୁର୍ଜୁଆ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା କିମ୍ବା ଗାଏବ କରି ଦିଆଯାଇଥିଲା । ଏଠି ବି ଉଦ୍ଦେଷ୍ୟ ସମାନ ଥିଲା ସୁପ୍ରିମୋଙ୍କୁ ଯେମିତି କେହି ଚ୍ୟାଲେଂଜ୍ କରିବେ ନାହିଁ ।
ସମୟ ବଦଳିଛି କିନ୍ତୁ ଇତିହାସ ନିଜକୁ ଚୀନରେ ପୁଣିଥରେ ଦୋହରାଇବାକୁ ଯାଉଛି । ମାଓଙ୍କ ସ୍ଥାନ ନେଇଛନ୍ତି ସି ଜିନ୍ ପିଙ୍ଗ୍ । କଲଚୁରାଲ ରେଭୋଲ୍ୟସନ୍ ଶବ୍ଦ ବଦଳି ହୋଇଛି ଶୁଦ୍ଧିକରଣ । କିନ୍ତୁ ଉଦ୍ଦେଷ୍ୟ ଗୋଟିଏ । ନିଜ ପ୍ରତିପତି ସବୁଦିନ ପାଇଁ କିମ୍ବା ଅତିକମରେ ବଂଚିଥିବା ପର୍ଯ୍ୟନ୍ତ ବଂଚାଇ ରଖିବା । ଇତିହାସର ଆଉ ଗୋଟିଏ ପକ୍ଷ ହେଉଛି ମାଓଙ୍କ କଲଚୁରାଲ ରେଭୋଲ୍ୟୁସନର ଶିକାର ହୋଇଥିଲା ସି ଜିନ୍ ପିଙ୍ଗଙ୍କ ପରିବାର । ତାଙ୍କ ପିତାଙ୍କୁ ବନ୍ଦି ହେବାକୁ ପଡିଥିଲା । ଆଉ ସେତିକି ବେଳେ ସି ଜିନ୍ ପିଙ୍ଗ୍ ପ୍ରତିଜ୍ଞା କରିଥିଲେ ମାଓଙ୍କଠାରୁ ଅଧିକ ଶକ୍ତିଶାଳୀ ହେବା । ପିତାଙ୍କ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସେ କେବେ ମଧ୍ୟ ମୁହଁ ଖୋଲିନଥିଲେ । ଅଧିକନ୍ତୁ ଦଳ ଭିତରେ ପାହଚ ପରେ ପାହଚ ଉଠିଚାଲିଥିଲେ ଶୃଙ୍ଖଳିତ କ୍ୟାଡର ଭାବେ । ଏବେ ସି ଜିନ୍ ପିଙ୍ଗ୍ ନିଜ ଦେଶ ଶୁଦ୍ଧିକରଣ କରିବାକୁ ଯାଉଛନ୍ତି ।
ତେବେ ଏହି ଶୁଦ୍ଧି କରଣ କ’ଣ ? ଶୁଦ୍ଧିକରଣ ସବୁ ଧର୍ମରେ ରହିଛି । ଯାହାର ଅର୍ଥ ହେଉଛି ଶୁଦ୍ଧ କରିବା । କିନ୍ତୁ ସି ଜିନ୍ ପିଙ୍ଗଙ୍କ ଶୁଦ୍ଧିକରଣ ଅଲଗା । ଏହି ତଥାକଥିତ ଶୁଦ୍ଧିକରଣ ଜରିଆରେ ସେ ବିରୋଧୀଙ୍କୁ ଶୁଦ୍ଧ କରିବାକୁ ଚାହୁଁଛନ୍ତି ବା ବିରୋଧକୁ ଶୁଦ୍ଧ କରିବାକୁ ଚାହୁଁଛନ୍ତି । ଦୁର୍ନୀତି ବିରୋଧରେ ଏହା ବୋଲି କୁହାଯାଉଛି କିନ୍ତୁ ସତ ହେଉଛି।

ଚିନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ରେ ଶେଷ ହେଉଛି। ସେ ଦୀର୍ଘ୮ ବର୍ଷ ଧରି ଶାସନ କରିଛନ୍ତି। ଏପରି କ୍ଷେତ୍ରରେ ସେ ଶାସନ ଗାଦିରେ କବଜା ରଖିବା ପାଇଁ ଆରମ୍ଭ କରିଛନ୍ତି ସୁଦ୍ଧିକରଣ ପ୍ରକ୍ରିୟା। ଗତ ୨୭ ତାରିଖରେ କମ୍ୟୁନିଷ୍ଟ ପାର୍ଟି ଘୋଷଣା କରିଛି ଏହି ସୁଦ୍ଧିକରଣ ଅଭିଯାନ। ଏଥିରେ କମ୍ୟୁନିଷ୍ଟ ପାର୍ଟି ଓ ଜିଙ୍ଗପିଙ୍ଗଙ୍କ ପ୍ରତି ଯେଉଁମାନେ ବିଶ୍ୱସ୍ତ ନୁହେଁ ସେମାନଙ୍କର ଚିହ୍ନଟ କରାଯିବ।
ଏହା ୧୯୯୦ ମସିହାରୁ ଘରୋଇ ସୁରକ୍ଷା ବ୍ୟବସ୍ଥାରେ ଚାଲିଥିବା ସବୁଠାରୁ ବଡ଼ ଅଭିଯାନ ବୋଲି ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ କହିଛି। ଏହା ମାଧ୍ୟମରେ ପୋଲିସ, ଗୁପ୍ତ ପୋଲିସ, ନ୍ୟାୟପାଳିକା ଏବଂ ଜେଲଗୁଡ଼ିକରେ ଏହା ନିଶ୍ଚିତ ହେବ ଯେ ଏହି ଏଜେନ୍ସିଗୁଡ଼ିକ ସଂପୂର୍ଣ୍ଣ ବିଶ୍ୱସ୍ତ, ସଚ୍ଚୋଟ ଏବଂ ବିଶ୍ୱାସଯୋଗ୍ୟ କି ନୁହେଁ। ଜିନପିଙ୍ଗ ପାର୍ଟିର ନେତାମାନଙ୍କୁ କମ୍ୟୁନିଷ୍ଟ ପାର୍ଟିର ଇତିହାସ ପଢ଼ିବାକୁ ଓ ଲୋକଙ୍କ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

US President Joe Biden Speaks With Chinese President XI Jinping For First Time As President

ଜିନପିଙ୍ଗଙ୍କ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ତତ୍କାଳୀନ ନେତା ମାଓ ମଧ୍ୟ ଦେଶର ରାଜନୀତିରେ ନିୟନ୍ତ୍ରଣ ଆଣିବା ପାଇଁ ଏଭଳି କରିଥିଲେ । ୧୯୪୦ର ପ୍ରାରମ୍ଭରେ ମାଓ ମଧ୍ୟ ଏଭଳି ସୁଦ୍ଧିକରଣ ଅଭିଯାନ ଆରମ୍ଭ କରିଥିଲେ। ଯାହା ପରେ ଚୀନକୁ ୧୯୯୦ରେ ଆଉ ଏକ ଏହିଭଳି ଅଭଯାନର ଆବଶ୍ୟକ ବୋଲି କୁହାଯାଉଥିଲା । ଯାହା କି ବର୍ତ୍ତମାନ ଜିଙ୍ଗପିଙ୍ଗ ଆରମ୍ଭ କରିଛନ୍ତି ।

କମ୍ୟୁନିଷ୍ଟ୍ ରାଷ୍ଟ୍ର ଗୁଡିକର ଇତିହାସକୁ ଯଦି ଅଧ୍ୟୟନ କରାଯାଏ ତେବେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିବ । ରାଜନୈତିକ ଭାଷାରେ ଏହାକୁ ପର୍ଜ ବା ସମୁଳ ନିପାତ ବୋଲି କୁହାଯାଇଥାଏ । ଷ୍ଟାଲିନ୍ ଏହି ଭଳି ପର୍ଜ ଦ୍ୱାରା ନିଜ ବିରୋଧୀଙ୍କଠାରୁ ମୁକ୍ତି ପାଇଥିଲେ । ମାଓ ବି ଏମିତି କରି ବିରୋଧୀ ମାନଙ୍କୁ ଚିହ୍ନଟ କରିଥିଲେ । ଆଉ ବେସି ନୁହେଁ ୧୯୭୯ ମସିହାରେ ଇରାକର ସଦାମ ହୁସେନ ମଧ୍ୟ ନିଜ ଦେଶରେ ଏକ ପ୍ରକାର ଶୁଦ୍ଧିକରଣ କରିଥିଲେ । କ୍ଷମତା ଦଖଲ କରିବା ପରେ ବାଥ୍ ପାର୍ଟିର ଗୋଟିଏ ବୈଠକରେ ସଦ୍ଦାମଙ୍କ ଆଦେଶରେ କିଛି ଲୋକଙ୍କ ନାମ ପଢା ଯାଇଥିଲା । ଏହି ସମସ୍ତଙ୍କୁ ସଦ୍ଦାମ ଜିନ୍ଦାବାଦ କହିବାକୁ କୁହାଗଲା । ତା’ପରେ ସେମାନଙ୍କୁ ଗୁଳି କରି ମାରି ଦିଆଯାଇଥିଲା । କୁହାଯାଏ ଯେ, ଗୋଟିଏ ରାତିରେ ୩ ହଜାର ବିରୋଧୀଙ୍କୁ ସଦ୍ଦାମ ହତ୍ୟା କରିଥିଲେ । ଯାହା ଇରାକ ଇତିହାସରେ ଲଙ୍ଗ୍ ନାଇଟ୍ ଅଫ୍ ନାଇଫ୍ ବା ଲମ୍ବା ଛୁରିକାର ରାତି ଭାବେ ପରିଚିତ । ତେବେ ଲଙ୍ଗ୍ ନାଇଟ୍ ଅଫ୍ ନାଇଫ୍ ବାବଦରେ ଆଉ କେବେ ଆଉ ଗୋଟିଏ ଭିଡିଓ

Latest Posts

Don't Miss