spot_img

Latest Posts

‘ଗରିବଙ୍କ ମୁହଁର ହସ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁ ବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ୱାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ ଭାଇ ଭଉଣୀ କାମ କରିଚାଲିଛନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ପ୍ରିୟ ଦଳ ହୋଇପାରିଛି ଏବଂ ହୋଇରହିଥିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି ଅବସରରେ ସେ ଆହୁରି କହିଛନ୍ତି ଯେ,  ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ଲୋକଙ୍କ ଘର ପକ୍କା ହେଉଛି, ତାଙ୍କ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୋକରେ ତାଙ୍କ ଘର ଉଜ୍ଜଳ ଦିଶୁଛି । ସେତେବଳେ ତା’ ମୁହଁରେ ହସ ଆସୁଛି । ତାହା ହେଉଛି ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଆଜି ଯେତେବେଳେ ମା’ଟି ପଞ୍ଚାୟତ ଅଫିସରେ ବସି ଗାଁ ବିକାଶ କଥା ଚିନ୍ତା କରୁଛି, ମିଶନଶକ୍ତିର ମା’ଟି ଋଣ ଆଣି ପରିଶ୍ରମ କରି ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଉଜ୍ଜଳ ଦିଶୁଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ପାଇଁ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି ହେଉଛି, ସେତେବେଳେ ଯୁବ ସମାଜର ସ୍ୱପ୍ନ ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତି ଓଡ଼ିଶାବାସୀଙ୍କ ସେବା କରିବା ନେଇ ଶପଥ ନେବାକୁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ବିଜୁ ବାବୁଙ୍କ ସ୍ୱପ୍ନ ଆମମାନଙ୍କୁ ଶୋଇବାକୁ ଦେଉନି’

 

Latest Posts

Don't Miss