spot_img

Latest Posts

ଟଙ୍କା ନଦେବାରୁ ପେଟ ସିଲେଇ ନକରି ୩ ବର୍ଷ ପିଲାକୁ ହସ୍ପିଟାଲରୁ ତଡିଦେଲେ ଡାକ୍ତର,ଛଟପଟ ହୋଇ ଚାଲିଗଲା ଜୀବନ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଅମାନବୀୟ କାଣ୍ଡ । ଚିକିତ୍ସାର ପୂରା ଟଙ୍କା ଦେଇ ନପାରିବାରୁ ଅଧା ଅପରେଶନରୁ ୩ ବର୍ଷର ଝିଅକୁ ବାହାରକୁ କାଢ଼ିଦେଲେ ହସ୍ପିଟାଲ କତ୍ତୃପକ୍ଷ। ଫଳରେ ନିରିହ ପିଲାଟିର ମୃତ୍ୟୁ ହୋଇଛି । ଏଭଳି ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପିଲାଟିର ପେଟ ଅପରେଶନ ଚାଲିଥିବାବାଳେ ପେଟ ସିଲେଇ ନକରି ହସ୍ପିଟାଲ କତୃପକ୍ଷ ବାହାରକୁ କାଢ଼ିଦେଇଥିବା ଅଭିଯୋଗ।

ସୂଚନା ଅନୁଯାୟୀ ପ୍ରୟାଗରାଜର ବ୍ରହ୍ମଦିନ ମିଶ୍ରଙ୍କ ୩ ବର୍ଷର ଝିଅର ପେଟରେ କିଛି ସମସ୍ୟା ଥିଲା । ମାତାପିତା ତା’ର ଚିକିତ୍ସା ପାଇଁ ପ୍ରୟାଗରାଜର ରାୱତପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। କିଛିଦିନ ପରେ ଝିଅର ଅସ୍ତ୍ରୋପଚାର ହୋଇଥିଲା। ପିତାଙ୍କ କହିବା ମୁତାବକ ହସ୍ପିଟାଲ କତ୍ତୃପକ୍ଷ ଅପରେଶନର ଦେଢ଼ ଲକ୍ଷ ଟଙ୍କା ନେବା ପରେ ମଧ୍ୟ, ୫ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନ ଦେଇପାରିବାରୁ ହସ୍ପିଟାଲ ପ୍ରଶାଶନ ପିଲାଟିକୁ ପରିବାର ସମେତ ବାହାରକୁ ତଡ଼ିଦେଇଥିଲା।

ଏହାପରେ ପିତା ପିଲାଟିକୁ ନେଇ ହବୁ ଅନ୍ୟ ଡାକ୍ତରଖାନାକୁ ଯାଇଥିଲେ । ହେଲେ ସବୁଠି ପିଲାକୁ ନେବାରୁ ମନା କରିଦେଇଥିଲେ। କୁହାଯାଇଥିଲା ଯେ ପିଲାର ଅବସ୍ଥା ବହୁତ ସଂକଟାପନ୍ନ ଅଛି, ସେ ବଞ୍ଚିପାରିବ ନାହିଁ। ଶେଷରେ ଅନେକ ସମୟ ଧରି ସଂଘର୍ଷ କରି କରି ଶେଷରେ ଚିକିତ୍ସା ଅଭାବରୁ ପିଲାଟିର ମୃତ୍ୟୁ ହୋଇଥିଲା । ମୃତ ପିଲାର ପିତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା କତ୍ତୃପକ୍ଷ ଅପରେଶନ ପରେ ପିଲାର ପେଟକୁ ସିଲେଇ ନକରି ବାହାରକୁ କାଢ଼ିଦେଲେ । ଆଉ ଏହି କାରଣରୁ ଅନ୍ୟ ଡାକ୍ତରଖାନା ମଧ୍ୟ ପିଲାକୁ ନେବାକୁ ମନା କରି୍ଦେଲେ । ଫଳରେ ଚିକିତ୍ସା ଅଭାବରୁ ପିଲାଟିର ମୃତ୍ୟୁ ହୋଇଛି।

ନିରାଶ ପିତା ସୋସିଆଲ ମିଡିଆ ମାଧ୍ୟମରେ ବି ଝିଅର ଚିକିତ୍ସା ପାଇଁ ଗୁହାରି କରିଥିଲେ। ଭିଡିଓରେ ବାପା ଝିଅର ଖୋଲା ପେଟକୁ ଦେଖାଇ ନ୍ୟାୟ ପାଇଁ ନିବେଦନ କରିଥିଲେ। ଭିଡିଓଟି ପୋଷ୍ଟ ହେବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ଲୋକମାନେ ଜିଲ୍ଲା ପ୍ରଶାସନ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛନ୍ତି।

ସୂଚନା ଅନୁଯାୟୀ ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ ଏହି ଘଟଣାର ତଦନ୍ତ ଦଳ ଗଠନ କରିଛନ୍ତି। ଏଡିଏମ୍ ସିଟି ଏବଂ ପ୍ରୟାଗରାଜ ସିଏମଓର ମିଳିତ ଦଳ ଏହି ଘଟଣାର ତଦନ୍ତ କରିବେ। ଏଥି ସହିତ ଡିଏମ ଏହା ମଧ୍ୟ କହିଛି ଯେ ଏହି ଘଟଣାର ପ୍ରତ୍ୟେକ ଦିଗକୁ ସଠିକ୍ ଯାଞ୍ଚ କରିବା ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Latest Posts

Don't Miss