ରବିନ ଉଥାପ୍ପାଙ୍କ ବଡ଼ ଖୁଲାସା: CSK ପାଇଁ ତାଙ୍କୁ ବାଛିନାହାଁନ୍ତି ଧୋନି

ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ତେବେ ଟୁର୍ଣ୍ଣାମେଣ୍ଟର ବିଗୁଲ ବାଜିବା ପୂର୍ବରୁ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା  କରିଛନ୍ତି ଏକ ବଡ଼ ଖୁଲାସା । ସେ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ତାଙ୍କ ଟ୍ରେଡିଂ ପଛର କାରଣ କ’ଣ ଥିଲା ସେ ନେଇ କରିଛନ୍ତି ଖୁଲାସା ।

ଆଇପିଏଲର ସଫଳ ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟତମ ରବିନ୍ ଉଥାପ୍ପା । ଏଥର ତାଙ୍କୁ କିଣିଛି ତିନିଥର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲ୍ ୨୦୨୧ରେ ପ୍ରଥମ ଥର ପାଇଁ  ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ ରବିନ। ହେଲେ ଏହାପୂର୍ବରୁ ସେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ କରିଛନ୍ତି କିଛି ଖୁଲାସା।

ରବିନ୍ ଉଥାପ୍ପା ଏକ ସାକ୍ଷାତକାରରେ କହିଛନ୍ତି ଯେ ଧୋନି ତାଙ୍କୁ ସିଏସକ ପାଇଁ ବାଛି ନାହାଁନ୍ତି । ଆଉ ଏ କଥା ନିଜେ ଧୋନି ତାଙ୍କୁ କହିଛନ୍ତି । ଉଥାପ୍ପା କହିଛନ୍ତି ‘ମହେନ୍ଦ୍ର ସିଂ ଧୋନି ଟ୍ରେଡିଂ ପରେ ମୋତେ କଲ୍ କରିଥିଲେ । ସେ କହିଥିଲେ ଯେ ମୁଁ ତୁମକୁ ଦଳକୁ ନେବାକୁ ନିଷ୍ପତ୍ତି ନେଇ ନାହିଁ। ଏହା ଟିମ୍ ମ୍ୟାନେଜମେଣ୍ଟ ଓ ଲିଡରଶିପଙ୍କର ଏକ ନିଷ୍ପତ୍ତି, ଯେଉଁଥିରେ କୋଚ୍ ଏବଂ ସିଇଓ ବି ସାମିଲ ଅଛନ୍ତି।”

ସେ ଆହୁରି କହିଛନ୍ତି, ‘ମୋତେ ଧୋନିଙ୍କର ଏହି କଥା ବହୁତ ଭଲ ଲାଗେ । ଧୋନି କେବେ ହେଲେ ଟିମ ପାଇଁ ଖେଳାଳି ବାଛନ୍ତି ନାହିଁ । ବରଂ ଯେଉଁ ଖେଳାଳୀ ଟିମରେ ଥାନ୍ତି ତାଙ୍କୁ ନେଇ ଭଲ ପ୍ରଦର୍ଶନ କରନ୍ତି। ସେ ସବୁବେଳେ ଚାହାଁନ୍ତି ଯେ ଜଣେ ଖେଳାଳୀ ନିଜ ଦକ୍ଷତା ବଳରେ ଟିମକୁ ଆସୁ । ଆଜି ମୁଁ ମଧ୍ୟ ନିଜ ଦକ୍ଷତା ବଳରେ ଏହି ଟିମ୍ରେ ସାମିଲ ହୋଇଛି । ଆଉ ଏହାର ଶ୍ରେୟ ବି ଧୋନିଙ୍କୁ ହିଁ ଯାଉଛି।’ ନିକଟରେ ‘ବଜୟ ହଜାରେ ଟ୍ରଫିରେ’ କେରଳ ଟିମକୁ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ଉଥାପ୍ପା।

ଜଣାଇ ଦେବାକୁ ଚାହୁଁଛୁ ଯେ ଉଥାପ୍ପା ପୂର୍ବରୁ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପୁଣେ ୱାରିୟର୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଛନ୍ତି। ସେ ଆରମ୍ଭରୁ ହିଁ ଆଇପିଏଲ ସହ ଜଡ଼ିତ ଅଛନ୍ତି । ସେ  ମୋଟ ୧୮୯ଟି ମ୍ୟାଚ୍ ଖେଳିଥିବାବେଳେ ୧୨୯.୯୯ ଷ୍ରାଇକ୍ ରେଟରେ ୪ ହଜାର ୬୦୭ ରନ କରିଛନ୍ତି । ଆଇପିଏଲରେ ୨୪ଟି ଅର୍ଦ୍ଧଶତକ ବି ମାରିଛନ୍ତି ଏହି ଷ୍ଟାର କ୍ରିକେଟର।

କେବଳ ଏତିକି ନୁହେଁ ସେ ୨୦୧୪ରେ କେକେଆର୍ ପାଇଁ ୬୬୦ ରନ୍ ସ୍କୋର କରି ଜିତିଥିଲେ ଅରେଞ୍ଡ କ୍ୟାପ୍। ଏପରିକି ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ହିଁ ଜିତିଥିଲା ଆଇପିଏଲର ୱିନିଂ ଟାଇଟଲ୍। ଏହି ସିଜିନରେ ଗମ୍ଭୀରଙ୍କ ଅଧିନାୟକତ୍ୱରେ ରବିନ୍ ଉଥାପ୍ପା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚଳିତ ବର୍ଷ ମଧ୍ୟ ଉଥାପ୍ପା ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛି ଚେନାଇ ସୁପରକିଙ୍ଗସ୍ ଟିମ୍।

Leave a Reply

ନଜର ପକାନ୍ତୁ