spot_img

Latest Posts

ଅହମ୍ମଦାବାଦ IIMରେ ୭୦ କରୋନା ପଜିଟିଭ ଚିହ୍ନଟ

ଅହମ୍ମଦାବାଦ: ଉଗ୍ର ହୋଇଛି କୋଭିଡ-୧୯ ଭାଇରସ। ମହାରାଷ୍ଟ୍ର ପରେ ଏବେ ଗୁଜୁରାଟରେ କରୋନା ମାମଲା ବୃଦ୍ଧି ପାଉଛି। ବର୍ତ୍ତମାନ ଅହମ୍ମଦାବାଦରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ପଟିଆଲାର ନାଭା ଓପନ୍ ଜେଲରେ ୪୦ଜଣ ମହିଳା କଏଦି କରୋନା ପଜିଟିଭ୍ ଥିବା ଜଣାପଡିଛି। ଏବେ ସୁଦ୍ଧା ମୋଟ ୪୭ କଏଦୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସ୍ୱାସ୍ଥ୍ୟ ବିଭାଗ ମୁତାବକ ମହିଳା ୱାର୍ଡରୁ ନିୟମିତ ଭାବେ ନମୁନା ସଂଗ୍ରହ କରାଯାଉଛି, ଏବଂ ପଜିଟିଭ୍ ଚିହ୍ନଟ ହେଉଥିବା ଅନ୍ତେବାସୀଙ୍କୁ ରାଜ୍ୟର ସ୍ୱତନ୍ତ୍ର କୋଭିଡ-୧୯ ଜେଲକୁ ସ୍ଥାନାନ୍ତର କରାଯାଉଛି।

ଏନ୍ୟପଟେ ଦେଶରେ ବେକାବୁ ହେଲାଣି କରୋନା । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି।  ଆଜି ବି୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୬ ହଜାର ୨୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି ଏହି ଭାଇରସ। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ଜଣ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି।

Latest Posts

Don't Miss