spot_img

Latest Posts

ହସହସ ମୁହଁରେ ସମସ୍ତ ବରିଷ୍ଠ ରାଜନେତା ଗୋଟିଏ ସ୍ଥାନରେ

ନୂଆଦିଲ୍ଲୀ:ଦଦ   ଦିନକୁ ଦିନ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜନେତାମାନେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଯାହା ରାଜ୍ୟରେ ରାଜନୈତିକ ପାଣିପାଗକୁ ଆହୁରି ଅଧିକ ଉଷ୍ଣ କରିବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଶ୍ଚର୍ଯ୍ୟଜନକ ଭାବରେ ହାଓ୍ୱଡ଼ାରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର । ଗୋଟିଏ ସ୍ଥାନରେ ହସହସ ମୁହଁରେ ବରିଷ୍ଠ ରାଜନେତାମାନେ ଏକାଠି ହୋଇଛନ୍ତି । ଏଥିପାଇଁ ଶ୍ରେୟ ଯିବ ହାଓଡ଼ାର ଜଣେ ମିଠା ଦୋକାନୀଙ୍କୁ ।

ରାଜ୍ୟରେ ନିର୍ବାଚନକୁ ନେଇ ହାଇଭୋଲଟେଜ୍‌ଡ୍ରାମା ଚାଲିଥିବା ବେଳେ ହାଓଡ଼ାର ଖୁରୁଟ ଅଞ୍ଚଳ ସ୍ଥିତ ନେତାଜୀ ସୁଭାଷ ରୋଡ୍‌ରେ ଥିବା ମା ଗନ୍ଧେଶ୍ୱରୀ ମିଠା ଦୋକାନର ମାଲିକ କେସ୍ତୋ ହଲଦର ପଶ୍ଚିମବଙ୍ଗରେ ନିର୍ବାଚନ ଲଢୁଥିବା ସମସ୍ତ ପ୍ରମୁଖ ଦଳର ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରିଛନ୍ତି । କିନ୍ତୁ ସିମେଣ୍ଟ କିମ୍ବା ମହମ ନୁହେଁ ବରଂ ପ୍ରତିମୂର୍ତ୍ତି ତିଆରି ହୋଇଛି ଦୁଗ୍ଧଜାତୀୟ ଦ୍ରବ୍ୟରେ । ମିଠା ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ଅଧୀର ଚୌଧୁରୀ,ବାମଦଳ ନେତା ବିମନ ବୋଷ ଏବଂ ଅବାସ ସିଦ୍ଦିକୀଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ଦୋକାନରେ ପ୍ରଦର୍ଶିତ ହୋଇଛି ।

ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲଚେୟାରରେ ମାଇକ୍ରୋଫୋନ ଧରି ବସିଥିବାର ଦେଖିବାକୁ ମିଳିଛି । ତାଙ୍କ ପାର୍ଶ୍ୱରେ ମୋଦିଙ୍କ ପ୍ରତିମୂର୍ତ୍ତି ଥିବା ନଜର ଆସିଛି । ତେବେ ୧୫ କିଲୋଗ୍ରାମର ଦୁଗ୍ଧଜାତୀୟ ପ୍ରଡକ୍ଟ ବ୍ୟବହାର କରି ଏହି ସମସ୍ତ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି ଦୋକାନୀ ମାଲିକ କେସ୍ତୋ ହଲଦର ।

 

ରାଜନୈତିକ ପାଣିପାଗ ମଧ୍ୟରେ ଏହି ଦୋକାନ ମିଠା ପାଇଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ପଶ୍ଚିମବଙ୍ଗ ରାଜନୀତିରେ ‘ଖେଳା ହୋବୋ’ ସ୍ଲୋଗାନ୍‌ଖୁବ୍‌ଲୋକପ୍ରିୟ ହୋଇଛି । ଅନ୍ୟ ଲୋକଙ୍କ ଭଳି ମୁଁ ମଧ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହୁଁଛି । ତେଣୁ ଏହି କ୍ଷୁଦ୍ର ମିଠା ମୂର୍ତ୍ତି ମାଧ୍ୟମରେ ମୁଁ ମଧୁରତା ଏବଂ ଶାନ୍ତିର ବାର୍ତ୍ତା ବିସ୍ତାର କରିବାକୁ ଚାହୁଁଛି ବୋଲି କହିଛନ୍ତି ଏହି ପ୍ରସିଦ୍ଧ ମିଠା ଦୋକାନୀ ।

Latest Posts

Don't Miss