spot_img

Latest Posts

ଜମ୍ମୁ କଶ୍ମୀର ସୋପିଆନରେ ସେନାର ଏନକାଉଣ୍ଟର, ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍‌ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ମନେହେଉଛି। ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍‌କାଉଣ୍ଟର୍‌’ରେ ଆହତ ହୋଇଛନ୍ତି।

ଆଜି ବଡ଼ି ଭୋର୍‌ରୁ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍‌ ଅଞ୍ଚଳରେ ଦ୍ୱିତୀୟ ‘ଏନ୍‌କାଉଣ୍ଟର୍‌’ ଆରମ୍ଭ ହୋଇଛି। ସେଠାରେ ଦୁଇତିନିଜଣ ଆତଙ୍କବାଦୀ ଛପି ରହିଥିବା ଅନୁମାନ କରାଯାଉଛି। ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁରକ୍ଷା ବଳର ଗୁଳି ଚୋଟରେ ନିହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା କାଟି ଦିଆଯାଇଛି।

Latest Posts

Don't Miss