spot_img

Latest Posts

ଅମ୍ଲଜାନ ପରିବହନ କରୁଥିବା ଗାଡିକୁ କେହି ଅଟକାଇ ପାରିବେ ନାହିଁ, ଗାଡି ଅଟକିଲେ ଜିଲ୍ଲାପାଳ,ଏସପି ଦାୟି ରହିବେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବକୁ ନେଇ ସ୍ଥିତି ସାଂଘାତିକ ହୋଇଥିବା ବେଳେ କେନ୍ଦ୍ର ସରକାର ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି । ଗୁରୁବାର ଦିନ କେନ୍ଦ୍ର ସମସ୍ତ ରାଜ୍ୟଙ୍କୁ ଅମ୍ଲଜାନ ଉତ୍ପାଦନ ଓ ବିତରଣ ସୁନିଶ୍ଚିତ କରିବାକୁ ଆଦେଶ ଦେଇଛି । ଅମ୍ଲଜାନ ଉତ୍ପାଦନ ଓ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯେମିତି ବିନା ବାଧାରେ ପହଞ୍ଚେ ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିବ । ଅମ୍ଲଜାନ ପରିବହନରେ କୌଣସି ପ୍ରକାର ଅସୁବିଧା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଦାୟି ରହିବେ ।

କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଅନେକ ରାଜ୍ୟରେ ଅମ୍ଲଜାନ ଚାହିଦା ବଢିଛି । ଏହାରି ଭିତରେ କିଛି ରାଜ୍ୟ ଅମ୍ଲଜାନ ପରିବହନ ଓ ବିତରଣକୁ ବାଧିତ କରୁଥିବା ଖବର ଆସୁଛି । ଏହି ପୃଷ୍ଠଭୂମିରେ କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା ୨୦୦୫ର କଠୋର ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନ୍ତର୍ଗତରେ ଏହି ଆଦେଶ ଜାରି କରିଛନ୍ତି । ଗୃହ ସଚିବ ଭଲ୍ଲା କହିଛନ୍ତି ଯେ, ସମଗ୍ର ଦେଶରେ ଯେମିତି ମେଡିକାଲ ଅମ୍ଲଜାନ ବିନା ବାଧାରେ ପହଂଚି ପାରିବ ସେଥିପାଇଁ ୨୦୦୫ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଦେଇଥିବା ଅଧିକାରକୁ ଉପଯୋଗ କରି ଏହି ଆଦେଶ ଦିଆଯାଇଛି ।

ଆଦେଶରେ କୁହାଯାଇଛି ଯେ, ମେଡିକାଲ ଅମ୍ଲଜାନ ପରିବହନ କରୁଥିବା ବାହନ ଗୁଡିକ ଯେଉଁପରି ଭାବେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ କିମ୍ବା ରାଜ୍ୟ ଭିତରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ବିନା ବାଧାରେ ଯାତ୍ରା କରିବେ ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ ହେବ । ଅମ୍ଲଜାନ ନେଇ ଯାଉଥିବା ଗାଡି ଗୁଡିକୁ ସ୍ୱାଧିନତାର ସହ ଯାତ୍ରା କରିବାର ଅନୁମତି ମିଳିବ । ଯଦି କୌଣସି ଜିଲ୍ଲାରେ ଗାଡିକୁ ଅଟକା ଯାଏ ତେବେ ଏଥିପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ଏହା ସହ କୌଣସି ମଧ୍ୟ ପରିସ୍ଥିତିରେ ଅମ୍ଲଜାନ ପରିବହନକାରୀ ଗାଡିକୁ ଜବତ କରାଯିବ ନାହିଁ ।

Latest Posts

Don't Miss