spot_img

Latest Posts

କମିଲା କୋଭିସିଲ୍ଡ ଟିକା ଦାମ୍, ଏଣିକି ୩୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ବୁଧବାର ଦିନ କୋଭିସିଲ୍ଡ ଟିକାର ଦାମ କମାଯାଇଛି। କୋଭିସିଲ୍ଡ ଟିକା ଦାମ କମିବା ନେଇ ସେରମ ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪୦୦ ଟଙ୍କା ଥିବା ବେଳେ ରାଜ୍ୟ ପାଇଁ ଡୋଜ ପିଛା ୧୦୦ ଟଙ୍କା କମିଛି ଦର।

ଯାହା ଫଳରେ ରାଜ୍ୟକୁ ୩୦୦ ଟଙ୍କା ଦାମରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବରୁ ରାଜ୍ୟକୁ ଡୋଜ ପିଛା ୪୦୦ ଟଙ୍କାର ଦର ଧାର୍ଯ୍ୟ କରିଥିଲା ସେରମ । କେବଳ ସରକାରୀ ହସ୍ପିଟାଲ୍ ଲାଗି ଏହି ନୂଆ ଦାମ୍ ଘୋଷଣା କରାଯାଇଥିବା ବେଳେ ଘରୋଇ ମେଡିକାଲ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିଛି ।

ଏନେଇ ସେରମ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର କୋଟି କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇପାରିବ । ଏଥିଯୋଗୁଁ ଅଧିକ ସଂଖ୍ୟାରେ ଟିକାକରଣ ହେବା ସଙ୍ଗେସଙ୍ଗେ ଜନସାଧାରଣଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ।

କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ସେତେବେଳେ ହୋଇଛି ଯେତେବେଳେ କେନ୍ଦ୍ର ପକ୍ଷରୁ ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକକୁ ସେମାନଙ୍କ ଟିକାର ଦାମ୍ ଉପରେ ଆଉଥରେ ଚିନ୍ତା କରିବାକୁ ନିବେଦନ କରାଯାଇଥିଲା । କାରଣ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

Latest Posts

Don't Miss