spot_img

Latest Posts

ଆକ୍ସନ ମୋଡରେ ପୋଲିସ; ଆରମ୍ଭ ହେଲା ସ୍ବତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡରେ ଆସିଛି ପୋଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ଆଜି ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ହାଟରେ ଚଢ଼ାଉ କରିଛି ପୋଲିସ।

ସୂଚନା ଅନୁଯାୟୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ବିଭିନ୍ନ ହାଟରେ ଏହି ଚଢ଼ାଉ କରାଯାଇଛି । ଲକଡାଉନ ସମୟରେ ହାଟକୁ ଗାଡି ଆଣି ନେଇ ଆସୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଲକଡାଉନ ନିୟମ ସତ୍ତ୍ବେ ରାଜଧାନୀରେ ଅମାନିଆ ନିୟମ ନମାନିବା ସହ ହାଟ ବଜାରରେ ଗହଳି କରୁଥିବା ଦେଖିବାକୁ ମିଳୁଛି ।

ତେବେ ଗତକାଲି ଝାରପଡା, ବଡଗଡ ଏବଂ ବ୍ରହ୍ମେଶ୍ବର ହାଟରେ ପୋଲିସ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ଵ ଗାଡି ଜବତ କରିବା ସହ ମୋଟା ଅଙ୍କର ଫାଇନ ଆଦାୟ କରିଥିଲା ପୋଲିସ। କେବଳ ଏତିକି ନୁହେଁ, ୧୫ରୁ ଅଧିକ ଗାଡି ସିଜ୍ କରିଥିବା ବେଳେ କ୍ରେନ୍ ସାହାର୍ଯ୍ୟରେ ଗାଡି ଉଠାଇନେଲା ପୋଲିସ । ଲୋକଙ୍କୁ ବାଇକରେ ନଆସିବାକୁ ଅପିଲ୍‌ କରାଯାଉଛି । ଘରଠାରୁ ୫ଶହ ମିଟର ଦୂରରେ ସଉଦା କରିବାକୁ ଅନୁରୋଧ କରାଯାଇଛି।

Latest Posts

Don't Miss