spot_img

Latest Posts

ଦେଶରେ ୮ ହଜାର ୮୪୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, ଓଡ଼ିଶାରୁ ୧୫

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଦ୍ରୁତଗତିରେ ବ୍ୟାପୁଛି । ଦେଶରେ ବିଭିନ୍ନ ସ୍ଥାନରେ ଏବେ ଯାଏ ୮ ହଜାର ୮୪୮ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି । ଯେତେବେଳେ କି ବ୍ଲାକ ପଙ୍ଗସରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟି ଫଙ୍ଗଲ ଇଞ୍ଜେକ୍ସନ୍ ଏମ୍ଫୋଟେରିସିନ-ବିର ଚାହିଦା ବୃଦ୍ଧି ପାଇଛି ।

ଶନିବାର କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୨୩ ହଜାର ୬୮୦ ଅତିରିକ୍ତ ଭାଏଲ୍ ପ୍ରଦାନ କରିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ଚାହିଦା ପୂରା କରିବାକୁ ଅନ୍ତର୍ଜାତୀୟ ସ୍ତରରୁ ଔଷଧ କିଣାଯାଉ ।

 15 Black Fungus Infected Found In Odisha As Per Centre Data

କେନ୍ଦ୍ର ସରକାରଙ୍କ ତଥ୍ୟ ପ୍ରକାରେ, ଗୁଜରାଟରେ ସର୍ବାଧିକ ୨୨୮୧ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ର ପ୍ରଦେଶରେ ୯୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବ୍ଲାକ ପଙ୍ଗସରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗୁଜରାଟରେ ୬୧, ମଧ୍ୟପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୫ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟକୁ ୫୦ ଭାଏଲ୍ ଏମ୍ଫୋଟେରିସିନ-ବି ଇଞ୍ଜେକ୍ସନ୍ ଦେଇଛନ୍ତି କେନ୍ଦ୍ର ସରକାର ।

Latest Posts

Don't Miss