spot_img

Latest Posts

ବାଲେଶ୍ବର ଓ ଭଦ୍ରକ ଗସ୍ତରେ ୫ ମନ୍ତ୍ରୀ ଓ ୪ ବିଧାୟକ: ରିଲିଫ୍ ଓ ପୁନର୍ଗଠନ କାର୍ଯ୍ୟକୁ ଗୁରୁତ୍ବ

ଭୁବନେଶ୍ବର: ବାତ୍ୟା ‘ୟାସ’ ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛ। ତୃଣମୂଳରେ ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରଭାବିତ ଲୋକଙ୍କ ପାଖରେ ଯେମିତି କୌଣସି ମୌଳିକ ସମସ୍ୟା ନ ରହେ ଏବଂ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ଯେମିତି ଅବିଳମ୍ବେ ଶେଷ ହେବ ତାହାକୁ ଧ୍ୟାନରେ ରଖିବା ଲାଗି ମୁଖ୍ୟମନ୍ତ୍ରୀ ୫ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କକରିଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କାର୍ଯ୍ୟ ରୂପାନ୍ତର ଲାଗି ଆବଶ୍ୟକ ସଂଯୋଜନା କରୁଛନ୍ତି।
ବାତ୍ୟାର କିଛିଦିନ ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ବାଳେଶ୍ବର ଓ ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପ୍ରସ୍ତୁତି କାଯର୍ଯ୍ୟକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ଦୁଇ ବରିଷ୍ଠ ନେତା ଏବେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅଧିକାରୀ ଓ ସାଧାରଣ ଲୋକଙ୍କ ଭିତରେ ସଂଯୋଜନାକୁ ବଢ଼ାଇ ପରିସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ରିଲିଫ୍ ସାମଗ୍ରୀ ଯେମିତି ପ୍ରଭାବିତ ଲୋକଙ୍କ ପାଖରେ ଠିକଣା ଭାବେ ପହଞ୍ଚିବ, ପୁନଃନିର୍ମାଣ କାର୍ଯ୍ୟ ଯେମିତି ତ୍ବରାନ୍ବିତ ହେବ ତାହାର ଅନୁଧ୍ୟାନ କରିବା ସେଥିଲାଗି ଆହୁରି ଚାରିଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମୀର ଦାଶ, ସୁଶାନ୍ତ ସିଂହ, ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା, ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

ଶ୍ରୀ ସ୍ବାଇଁ ଗୁରୁବାରଠାରୁ ବାଲେଶ୍ବରରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ ସହ ଅତ୍ୟାବଶ୍ୟକ ସାମଗ୍ରୀ କିପରି ଲୋକଙ୍କ ପାଖରେ ଅଭାବ ନହେବ ଏବଂ ଆବଶ୍ୟକ ଅନୁସାରେ ଲୋକେ ସାମଗ୍ରୀ ପାଇପାରିବେ ତାହାକୁ ଅନୁଧ୍ୟାନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ ଏବଂ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବାଲେଶ୍ବରରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ।

Latest Posts

Don't Miss