ଶ୍ରୀକ୍ଷେତ୍ରରେ ସଂପର୍ଣ୍ଣ ହେଲା ଭଉଁରୀ ନୀତି, ୨୧ ଦିନ ଧରି ଜଳକ୍ରୀଡ଼ା କରିଥିଲେ ମହାପ୍ରଭୁ
ପୁରୀ: ଶ୍ରୀକ୍ଷେତ୍ରରେ ସଂପର୍ଣ୍ଣ ହେଲା ଭଉଁରୀ ବା ଜଳକ୍ରୀଡା ନୀତି । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଚଳିତ ବର୍ଷ କରୋନା କଟକଣା ଭିତରେ ବିନାଭକ୍ତରେ ଜଳକ୍ରୀଡ଼ାର ଆୟୋଜନ କରାଯାଇଥିଲା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା।
ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ପାଲିଙ୍କି ଓ ମଣି ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ଆସନ୍ତାକାଲି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ । କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ୧୪୪ଧାରା ଜାରି କରାଯାଇଥିଲା ।
