spot_img

Latest Posts

ଓଡ଼ିଶାରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ବେଲଗାମ୍ ହୋଇଛି ତେଲ ଦର । ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟରେ ତେଲ ଦର ଶହେ ଟପିଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଶହେ ଟପିଛି ତେଲ ଦର । କୋରାପୁଟ ଜିଲ୍ଲାରେ ୧୦୦ ଟପିଛି ତେଲ ଦର । କାଲିମେଳାରେ ୧୦୨.୧୧, ମାଲାକାନଗିରିରେ ୧୦୧.୧୮ ଓ ନବରଙ୍ଗପୁରରେ ୧୦୦.୨୨ ପଇସାରେ ପହଞ୍ଚିଛି ପେଟ୍ରୋଲ ଦର । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦର ୯୬.୧୧ ଥିବାବେଳେ ଡିଜେଲ ୯୪.୦୧ ଟଙ୍କା ରହିଛି । ସେହିପରି ଏକ୍ସଟ୍ରା ପ୍ରିମିୟମ୍ ତେଲ ଦର ୧୦୪.୨୪ ପଇସାରେ ପହଞ୍ଚିଛି । ସେହିଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ପେଟ୍ରୋଲ ୧୦୦ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ଆଜି ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଦାମରେ ୨୭ ପଇସା ଓ ଡିଜେଲ୍ ଦାମରେ ୨୮ ପଇସା ବଢାଇଛନ୍ତି । ଗତ ମେ ୪ ତାରିଖ ପରଠାରୁ ଏହା ପେଟ୍ରୋଲ ଦାମରେ ୨୦ତମ ବୃଦ୍ଧି ।

ଗତ ବର୍ଷ ଏପ୍ରିଲଠାରୁ ୨୭.୩୭ ଟଙ୍କା ପେଟ୍ରୋଲ ଓ ୨୭.୩୦ ଡିଜେଲରେ ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଥିବାରୁ ଏଠି ଦର ବୃଦ୍ଧି ହେଉଛି।  ଟିକସ ବା ଏକ୍ସାଇଜ ଯୋଗୁ ୯.୯୨ ଟଙ୍କା ପେଟ୍ରୋଲ ଓ ୧୨.୯୭ ଟଙ୍କା ଡିଜେଲରେ ଲିଟର ପିଛା ବଢ଼ିଛି । VAT ଯୋଗୁ ୮.୯୮ ଟଙ୍କା ପେଟ୍ରୋଲ ଓ ୬.୭୬ ଟଙ୍କା ଡିଜେଲରେ ବୃଦ୍ଧି ପାଇଛି। ୭ଟି ରାଜ୍ୟରେ ୧୦୦ ଟଙ୍କା ପାର ହେଲାଣି ଦର। ଅନ୍ତର୍ଜାତୀୟ ବଜାରରେ ୭୦ରୁ ୭୧ ଡଲାର ପ୍ରତି ବ୍ୟାରେଲ ଦର ଅଛି। ଯାହା ଆହୁରି କିଛି ଦିନ ବୃଦ୍ଧି ପାଇ ୭୫ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି।

 

Latest Posts

Don't Miss