spot_img

Latest Posts

RBI ଦେଲା ପ୍ରିପେଡ୍ ଗ୍ରାହକଙ୍କୁ ଖୁସି ଖବର ! ଏବେ ଅଗଷ୍ଟରୁ ଏମିତି କରିପାରିବେ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ, ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ)ର ପରିସର ବଢାଇ ‘ମୋବାଇଲ ପ୍ରିପେଡ ରିଚାର୍ଜ’ର ସୁବିଧା ଏଥିରେ ବିଲ୍ ଭାବରେ ଯୋଗ କରାଯିବ। ଏହା ଦ୍ୱାରା ଦେଶରେ ପ୍ରିପେଡ୍ ଫୋନ୍ ସେବାର କୋଟି କୋଟି ବ୍ୟବହାରକାରୀଙ୍କୁ ସାହାଯ୍ୟ ମିଳିପାରିବ । ସେପ୍ଟେମ୍ବର ୨୦୧୯ରେ, BBPSର ପରିସରକୁ ବିସ୍ତାର କରି, ଏଥିରେ ବାରମ୍ବାର ବିଲ ପଠାଉଥିବା (ମୋବାଇଲ୍ ପ୍ରିପେଡ୍ ରିଚାର୍ଜ ବ୍ୟତୀତ) ସବୁ ବର୍ଗର ବିଲର୍ସ(ବିଲ୍ ପଠାଉଥିବା କମ୍ପାନୀ )ଙ୍କୁ ସ୍ବେଚ୍ଛାକୃତ ଅଂଶୀଦାର ଭାବରେ ଯୋଗ କରାଯାଇଥିଲା ।

ଏହା ପୂର୍ବରୁ ନିୟମ କ’ଣ ଥିଲା?

ଏହାପୂର୍ବରୁ, ବିବିପିଏସ୍ ମାଧ୍ୟମରେ ବାରମ୍ବାର ବିଲ୍ ଦେବାର ସୁବିଧା କେବଳ ପାଞ୍ଚଟି ବିଭାଗରେ ଉପଲବ୍ଧ ଥିଲା ଯେଉଁଥିରେ ଡକ୍ୟୁମେଣ୍ଟ ଟୁ ହୋମର (DTH), ବିଦ୍ୟୁତ୍, ଗ୍ୟାସ୍, ଟେଲିକମ୍ ଏବଂ ଜଳ ଅନ୍ତର୍ଭୁକ୍ତ ଥିଲା । ଏକ ସର୍କୁଲାରରେ ରିଜର୍ଭ ବ୍ୟାଙ୍କ କହିଛି ଯେ, “ଭିନ୍ନ ଭିନ୍ନ ବିଲର ଶ୍ରେଣୀରେ ନିୟମିତ ବୃଦ୍ଧି ସହିତ ମୋବାଇଲ୍ ପ୍ରିପେଡ୍ ଗ୍ରାହକଙ୍କୁ ରିଚାର୍ଜ ପାଇଁ ଏବଂ ବିକଳ୍ପ ପ୍ରଦାନ କରିବାର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ, ବିବିପିଏସରେ ସ୍ୱେଚ୍ଛାକୃତ ଭାବରେ ବିଲର ଶ୍ରେଣୀରେ ‘ମୋବାଇଲ୍ ପ୍ରିପେଡ୍ ରିଚାର୍ଜ’କୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରିପେଡ୍ ଫୋନ୍ ସେବାର ୧୧୦ କୋଟି ଉପଭୋକ୍ତା

ଡିସେମ୍ବର ୨୦୨୦ରେ ଭାରତରେ ପ୍ରିପେଡ୍ ଫୋନ୍ ସେବାର ୧୧୦ କୋଟି ଉପଭୋକ୍ତା ଥିଲେ। ରିଜର୍ଭ ବ୍ୟାଙ୍କ କହିଛି ଯେ, ଅଗଷ୍ଟ ୩୧ କିମ୍ବା ଏହା ପୂର୍ବରୁ ଏହା କାର୍ଯ୍ୟକାରୀ ହେବ । ବିବିପିଏସ୍ ହେଉଛି ବିଲ୍ ପେମେଣ୍ଟର ଏକ ସମନ୍ୱିତ ପ୍ରଣାଳୀ ଯାହା ଗ୍ରାହକଙ୍କୁ ଅନଲାଇନ୍ ତଥା ଏଜେଣ୍ଟମାନଙ୍କର ଏକ ନେଟୱାର୍କ ମାଧ୍ୟମରେ ଅଫଲାଇନର ସୁବିଧା ଦେଇଥାଏ । ଇଣ୍ଟରପୋରେବଲ୍ ବିଲ୍ ପେମେଣ୍ଟ ସେବା ପ୍ରଦାନ କରିଥାଏ । ବିବିପିଏସ୍, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଅଧୀନରେ କାମ କରେ ।

Latest Posts

Don't Miss