spot_img

Latest Posts

ମହାମାରୀରେ ମହଙ୍ଗା ମାଡ଼, ଆହୁରି ବଢ଼ିବ ଡିଜେଲ ପେଟ୍ରୋଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ପରିଚାଳନା, ଅଧିକ ଟିକସ, କର୍ପୋରେଟ ପ୍ରୀତି ଯୋଗୁଁ ନିୟନ୍ତ୍ରଣ ବାହାରକୁ ଗଲାଣୀ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ। ୧୦୦ ପାର୍ ହେଲାପରେ ବି ପେଟ୍ରୋଲ, ଡ଼ିଜେଲ ଦର ବି ପ୍ରତ୍ୟେକ ଦିନ ବଢୁଛି। ଆଗକୁ ଦର ଆହୁରୀ ବୃଦ୍ଧି ପାଇବ ବୋଲି ଏବେ ଠାରୁ ଆକଳନ କଲେଣୀ ବ୍ୟବସାୟୀ ସଂଘ ଓ ପେଟ୍ରୋଲ ପମ୍ପ ସଂଘ। ଖାଇବା ତେଲ ଉପରେ ଅଧିକ ଟିକସ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢୁଛି। ଏଥିପାଇଁ ଅତ୍ୟାବଶ୍ୟକ ଜିନିଷ ଦର ମଧ୍ୟ ବୃଦ୍ଧି ପାଉଛି। ସେହିପରି ପେଟ୍ରୋଲ ଓ ଡିଜେଲ ଦର ବି ଆହୁରି ବଢିବ ବୋଲି କୁହାଯାଉଛି।

ଦରଦାମ ବୃ୍‌ଦ୍ଧି ନେଇ ଯୋଗାଣ ମନ୍ତ୍ରୀ, କେନ୍ଦ୍ରକୁ ଟାର୍ଗେଟ କରିବା ପରେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡ଼ି ଓ କଂଗ୍ରେସ। ମହାମାରୀ ସମୟରେ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ କେନ୍ଦ୍ରର ବୋଝ ବୋଲି ବିଜେଡ଼ି-କଂଗ୍ରେସ ଅଭିଯୋଗ କରିଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣକୁ ଆଣନ୍ତୁ ବୋଲି ଦାବି କରିଛନ୍ତି। ଏପଟେ ବିଜେପି କିନ୍ତୁ କେନ୍ଦ୍ରର ଦୋଷ ଲୁଚାଇବା ପାଇଁ ଉଦ୍ୟମ କରିଛି। କେନ୍ଦ୍ର ନୁହେଁ, ବରଂ ରାଜ୍ୟ ଟିକସ କମାଇଲେ ଦର କମିବ ବୋଲି ବିଜେପି କହିଛି।

ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ୨୦୧୪ରେ କେନ୍ଦ୍ରରେ ଶାସନ ଗାଦିକୁ ଫେରିଥିଲା ବିଜେପି। ଏବେ ଦରଦାମ ଆକାଶ ଛୁଆଁରେ ପହଞ୍ଚିଥିବାରୁ ବିଜେପିକୁ ପାଲଟା ସମାଲୋଚନା କରିଛି କଂଗ୍ରେସ। ବିଜେଡ଼ି ମଧ୍ୟ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ  ଦରଦାମ କମାଇବା ପାଇଁ ଦାବି କରିଛି। ରାଜ୍ୟ ବିଜେପି କିନ୍ତୁ ଲୋକଙ୍କ ସ୍ବାର୍ଥ୍ୟକୁ ଭୂଲି କେନ୍ଦ୍ର ପାଇଁ ଓକିଲାତି କରିବାରେ ଲାଗିଛି।

Latest Posts

Don't Miss