spot_img

Latest Posts

ରାଜଧାନୀରେ ଓଲଟିଲା ପରିବା ବୋଝେଇ ଟ୍ରକ୍, ବୋହି ନେଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁବାର ସକାଳେ ଏକ ପରିବା ବୋଝେଇ ଟ୍ରକ୍ ଓଲଟି ପଡିଛି। ରାଜଧାନୀର ପଳାଶୁଣି ଓଭରବ୍ରିଜ ନିକଟରେ ମାଲବାହୀ ଟ୍ରକ୍ ଓଲଟି ପଡିଥିବା ଜଣାପଡିଛି। ଯାହା ପରେ ରାସ୍ତାରେ ଯାଉଥିବା ଲୋକମାନେ ଆଖି ପିଛୁଳାକେ ସବୁ ପନିପରିବା ବୋହି ନେଇ ଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଟ୍ରକ୍ ଓଲଟିବା ଫଳରେ ଉକ୍ତ ଗାଡିରେ ଭର୍ତ୍ତି ଥିବା ପନିପରିବା ସବୁ ଏଣେ ତେଣେ ବିଛାଡି ହୋଇ ପଡିଥିଲା । ଏପରିକି ପରିବା ଗୁଡିକୁ ଘରକୁ ବୋହି ନେଇଯାଇଛନ୍ତି ଲୋକ ମାନେ। ସ୍ଥିତି ଏପରି ଥିଲା ଯେ, ସମାଜିକ ଦୂରତା ତ ଛାଡନ୍ତୁ କେହି ମାନୁଥିଲେ କୋଭିଡ ନିୟମ । ରାସ୍ତାରୁ ପରିବା ଉଠାଇନେବା ବେଳେ ପୋଲିସ ବି ସାଜିଥିଲା ଦେଖଣାହାରୀ ।

କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିଶି କାଙ୍କଡ ଗୋଟାଇ ନିଜ ବ୍ୟାଗରେ ପୁରାଇବାରେ ବ୍ୟସ୍ତ ଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

Latest Posts

Don't Miss