spot_img

Latest Posts

ଜାମ୍ମୁ କାଶ୍ମୀରକୁ ନେଇ ମୋଦିଙ୍କ ବୈଠକ ପୂର୍ବରୁ ISI ମୁଖ୍ୟାଳୟରେ ପହଞ୍ଚିଲେ ଇମ୍ରାନ ଖାନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବୈଠକ ପୂର୍ବରୁ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁପ୍ତଚର ଏଜେନ୍ସି ଆଇଏସଆଇର  ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଇମ୍ରାନ ଖାନଙ୍କ ସହ ଏହି ବୈଠକରେ ପାକିସ୍ତାନର ସେନା  ମୁଖ୍ୟ ତଥା ଆଇଏସଆଇର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏକ ମାସ ମଧ୍ୟରେ ଆଇଏସଆଇ ମୁଖ୍ୟାଳୟକୁ ଇମ୍ରାନ ଖାନଙ୍କର ଏହା ଦ୍ୱିତୀୟ ଗସ୍ତ। ପାକିସ୍ତାନରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାସରେ ହୋଇଥିବା ଏହି ବୈଠକକୁ ହାଇ ଲେଭଲ୍ ଇଣ୍ଟେଲିଜେନ୍ସ କମିଟି ବୈଠକ ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଥର ISIର କାର୍ଯ୍ୟାଳୟରେ ପହଞ୍ଚିବା ଏକ ସାଧାରଣ କଥା ନୁହେଁ।

ଭାରତରେ କାଶ୍ମୀରକୁ ନେଇ ଚାଲିଥିବା କାର୍ଯ୍ୟକଳାପ ଉପରେ ପାକିସ୍ତାନ ନଜର ରଖିଛି। ଏବଂ ହଠାତ ସବୁ କିଛି ଠିକ୍‌ ହୋଇଯିବା ଏହା ମଧ୍ୟ ଏକ ଚିନ୍ତାଜନକ ବିଷୟ ହୋଇପଡ଼ିଛି। କାଶ୍ମୀର ସମ୍ପର୍କରେ ପାକିସ୍ତାନ ମିଳିତ ଜାତିସଂଘକୁ ଅନେକ ଚିଠି ମଧ୍ୟ ଲେଖିଛି, କିନ୍ତୁ ଏହା ଉପରେ କୌଣସି ଶୁଣାଣି ହୋଇନାହିଁ। କାଶ୍ମୀରକୁ ନେଇ ପାକିସ୍ତାନର ରଣନୀତି ଉପରେ ପାକିସ୍ତାନରେ ମଧ୍ୟ ପ୍ରଶ୍ନ ଉଠିଛି।

 

Latest Posts

Don't Miss