କେନ୍ଦ୍ରର ସତ୍ୟପାଠ, ୨୦୨୧ ସୁଦ୍ଧା ୨୧୬ କୋଟି ନୁହେଁ ୧୩୫ କୋଟି ଟିକା କିଣିବା ସମ୍ଭାବନା

1 min read

ନୂଆଦିଲ୍ଲୀ: କରୋନା ଟିକା ନୀତିକୁ ନେଇ କେନ୍ଦ୍ରର ୟୁ-ଟର୍ଣ୍ଣ । ଡିସେମ୍ବର ସୁଦ୍ଧା ୨୧୬ କୋଟି ନୁହେଁ, ୧୩୫କୋଟି ଟିକା କିଣିବାକୁ ଯୋଜନା କରିଛି କେନ୍ଦ୍ର । ଏ ନେଇ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଦେଶରେ ଟିକା ସଙ୍କଟ ଜାରି ରହିଥିବା ବେଳେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା କିଣିବାକୁ ଯୋଜନା ରହିଛି ବୋଲି ଗତ ମେ ମାସରେ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ହେଲେ ଏବେ ଏଥିରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ମାତ୍ର ୧୩୫ କୋଟି ଟିକା କିଣାଯିବାର ସମ୍ଭାବନା ଅଛି । ଦେଶରେ ଟିକା ନୀତି ନେଇ ସୁପ୍ରିମକୋର୍ଟରେ ଦାଏର ସତ୍ୟପାଠରେ ଏହା ଉଲ୍ଲେଖ ହୋଇଛି ।

 135 crore COVID-19 vaccine doses projected to be available in India between August to December 2021

୨୦୨୧ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭିସିଲ୍ଡ ଟିକା ୫୦କୋଟି, କୋଭାକ୍ସିନ ୪୦ କୋଟି, ବାୟୋ-ଇ-ସବ୍ -ୟୁନିଟ୍ ୩୦କୋଟି, ଜାଇଡସ୍ କାଡିଲା ୫କୋଟି ଓ ସ୍ପୁଟନିକ୍ ଭିର ୧୦କୋଟି ଟିକା କିଣିବା ଯୋଜନା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ପୂର୍ବରୁ ୮ଟି କମ୍ପାନୀର ୨୧୬ କୋଟି ଡୋଜ୍ ଉବଲବ୍ଧ ହେବ ବୋଲି କୁହାଯାଇଥିବା ବେଳେ ଏବେ ୫ଟି କମ୍ପାନୀର ୧୩୫ କୋଟି ଡୋଜ୍ କିଣାଯିବା ସମ୍ଭାବନା ରହିଛି ବୋଲି କୁହାଯାଇଛି ।

Leave a Reply