spot_img

Latest Posts

୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ନୂଆଦିଲ୍ଲୀ: ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସରକାରୀ ଚାରିରିଆଙ୍କର ଦୁଇରୁ ଊର୍ଦ୍ଧ୍ୱ ସନ୍ତାନ ରହିଥିଲେ ପଦୋନ୍ନତି ମିଳିବନି କି ନିର୍ବାଚନ ଲଢ଼ିବାକୁ ସୁଯୋଜ ଦିଆଯିବନି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପସ୍ତୁତ କରିଛନ୍ତି ଉତ୍ତରପ୍ରଦେଶ ସରକାର। ୨ରୁ ଅଧିକ ସନ୍ତାନ ଥିବା ପରିବାର ଅନେକ ସରକାରୀ ସୁବିଧାରୁ ବଞ୍ଚିତ ରହିବେ। ସରକାରୀ ଯୋଜନାର ମଧ୍ୟ ଲାଭ ମିଳିବ ନାହିଁ। ଆୟୋଗ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ଅପଲୋଡ କରାଯାଇ ଆସନ୍ତା ୧୯ ତାରିଖ ମଧ୍ୟରେ ରାଜ୍ୟବାସୀ ଏହା ଉପରେ ମତ ରଖିବାକୁ କୁହାଯାଇଛି।

ଯୋଗୀ ସରକାର ଆସନ୍ତା ୧୧ ତାରିଖରେ ନୂଆ ଜନସଂଖ୍ୟା ନୀତି ଜାରି କରିବାକୁ ଯାଉଛନ୍ତି। ଚିଠା ପ୍ରସ୍ତାବ ଗ୍ରହଣ କରିଥିବା ରାଜ୍ୟ ବିଧି ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଜନସଂଖ୍ୟା ବିଧେୟକ-୨୦୨୧ ଡ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ଆୟୋଗ ନିଜ ପ୍ରୟାସରେ ଏହି ବିଧେୟକ ପ୍ରସ୍ତୁତ କରିଛନ୍ତି। ୨ ସନ୍ତାନ ଥିବା ସରକାରୀ କର୍ମଚାରୀଙ୍କୁ ଆଡିସନାଲ ଇନକ୍ରିମେଣ୍ଟ ଦିଆଯିବା ସହ ଘର ବା ଜାଗା କିଣାରେ ରିହାତି ମିଳିବ।

ଏହାସହ ଇପିଏଫ୍ ୩ପ୍ରତିଶତ ବୃଦ୍ଧି କରାଯିବ। ଏହାଛଡ଼ା ଗୋଟିଏ ସନ୍ତାନ କରୁଥିବା ଦମ୍ପତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ମାଗଣା ଚିକିତ୍ସା ସୁବିଧା ସହ ୨୦ବର୍ଷ ପର୍ଯ୍ୟନ୍ତ ବୀମା, ସିଙ୍ଗଲ ଚାଇଲ୍ଡଙ୍କୁ ସ୍କୁଲରେ ଆଡମିସନ ପାଇଁ ପ୍ରାଥମିକତା ଦିଆଯିବ।

Latest Posts

Don't Miss