spot_img

Latest Posts

ପିତଳ ବାସନ ସଫା କରିବାକୁ ଆସିଥିଲେ, ଲୁଣ୍ଡି ବୁଲେଇଲେ ୨ ଲକ୍ଷ ଟଙ୍କାର ଅଳଙ୍କାର

ଯାଜପୁର: ଗହଣା ସଫେଇ କରିବା ଆଳରେ ଲୁଟିନେଲେ ସୁନା ଅଳଙ୍କାର। ଆଖି ମିଟିକାରେ ଚାଲିଗଲା ଦୁଇ ଲକ୍ଷ୍ୟ ଟଙ୍କାର ସୁନା। ଏଭଳି ସାଙ୍ଘାତିକ ଲୁଟର ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗାଁରେ। ଉକ୍ତ ଗାଁ ରବୀନ୍ଦ୍ର ଶାନ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ ହୋଇଛି। ଖବର ମୁତାବକ ଦୁଇ ଜଣ ଦୁର୍ବୁତ୍ତ ରବୀନ୍ଦ୍ରଙ୍କ ଘରେ ପହଞ୍ଚି ପିତଳ ବାସନ ସଫା କରିଦେବୁ କହିଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ଉର୍ମିଳା ଶାନ୍ତି ତାଙ୍କୁ ପିତଳ ବାସନ ଦେଇଥିଲେ। ପରେ ରୁପା ଅଳଙ୍କାର ସଫା କରିଥିଲେ।

ସୁନା ଅଳଙ୍କାର ସଫା କରିବା ପାଇଁ ମାଗିଥିଲେ ଦୁର୍ବୃତ୍ତ। ମହିଳା ଜଣକ ସୁନା ଅଳଙ୍କାର ଦେଇଥିଲେ। ଦୁର୍ବୃତ୍ତ ମାନେ ଏକ ବାଲଟି ରେ ସୁନା ଅଳଙ୍କାର ସହ ପାଉଡର ମିଶାଇ ରଖିଥିଲେ। ଅଧଘଣ୍ଟା ପରେ ବାଲ୍ଟି ରୁ ସୁନା ଅଳଙ୍କାର ବାହାର କରିବାକୁ କହି ସେଠାରୁ ଚାଲି ଯାଇଥିଲେ। ଅଧ ଘଣ୍ଟା ପରେ ଉର୍ମିଳା ଦେଖନ୍ତି ତ ବାଲ୍ଟି ରେ ସୁନା ନାହିଁ ତିନୋଟି ଗୋଡି ପୁଡିଆ ପଡିଛି। ଏ ନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯଇଛି। ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Latest Posts

Don't Miss