spot_img

Latest Posts

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସୁରକ୍ଷାକର୍ମୀ ଗୋଡ଼ାଇ ପିଟିବା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ରାଇଭରଙ୍କ ଆନ୍ଦୋଳନ

ବୁର୍ଲା: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର। ଆଜି ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭୀମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀ ମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ ଦୌଡାଇ ଦୌଡାଇ ମାଡ଼ ମାରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଭିମସାରରେ ଦୀର୍ଘ ବର୍ଷ ହେଲା ଏହି ଆମ୍ବୁଲାନ୍ସ ସଂଘ ଭିମସାରରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି। ହେଲେ ଭିମସାରରେ ନିୟୋଜିତ ସୁରକ୍ଷାକର୍ମୀ ଓ ସୁପରଭାଇଜର ମାନେ ଏହି ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା ନିମନ୍ତେ ବଟି ଦାବି କରିଥାନ୍ତି।

ନଚେତ ଭିମସାରରେ ଗାଡି ଚଳାଇ ପାରିବେ ନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ଏନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଡ୍ରାଇଭର ମାନଙ୍କୁ ଦୌଡାଇ ଦୌଡାଇ ପିଟିବା ପ୍ରତିବାଦରେ ଆମ୍ବୁଲାନ୍ସ ଚାଳକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରିବା ସହିତ ବୁର୍ଲା ଥାନା ଘେରାଉ କରିଥିଲେ। ଦୋଷୀ ସୁରକ୍ଷାକର୍ମୀ ଓ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଡ୍ରାଇଭର ସଂଘ ପକ୍ଷରୁ ଭିମସାରରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ବନ୍ଦ ରଖିବ ବୋଲି ସଂଘ ସଭାପତି ସୂଚନା ଦେଇଛନ୍ତି।

Latest Posts

Don't Miss