spot_img

Latest Posts

ଏଣିକି +୩ ଛାତ୍ରଛାତ୍ରୀ ମହାମାରୀ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା ନେଇ ପାଠ ପଢ଼ିବେ

ଭୁବନେଶ୍ୱର: ଯୁକ୍ତ ୩ରେ ପଢ଼ାଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ନୂଆ ପାଠ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଆଜି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ ଏହାକୁ ଚୂଡ଼ାନ୍ତ ରୂପ ଦେଇଛି। ଏହି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ। ଯୁକ୍ତ ୩ ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟରରେ ବାଧ୍ୟତାମୂଳକ ଭାବେ ପଢ଼ାଯିବ ଏହି ବିଷୟ। ଉଭୟ ପ୍ରାକ୍ଟିକାଲ ଓ ଥିଓରି ମିଶି ୧୦୦ ମାର୍କର ପେପର ରହିବ।

ବିପର୍ଯ୍ୟୟ ସହିତ ମହାମାରୀରେ ଛାତ୍ରଛାତ୍ରୀମାନେ କିପରି ବଞ୍ଚିବା ପାଇଁ ଆତ୍ମବଳ ପାଇବେ, ସେନେଇ ନୂଆ ସିଲାବସ୍‌ ପ୍ରସ୍ତୁତ ହୋଇଛି। ବିପର୍ଯ୍ୟୟ ଓ ମହାମାରୀଗୁଡ଼ିକ ଜଳବାୟୁଜନିତ କିମ୍ବା ଜୈବିକଜନିତ ହେଉ, ସେସବୁର କିପରି ଦକ୍ଷତାର ସହ ମୁକାବିଲା କରାଯିବ, ତାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ଯୁଗାନ୍ତକାରୀ ବୋଲି ଉଚ୍ଚ ପରିଷଦ ଉପାଧ୍ୟକ୍ଷ କହିଛନ୍ତି।

ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ଉନ୍ନତି ଅଣାଯିବା ସହିତ, ନାକ୍‌, ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌, ଜେଆର୍‌ଏଫ୍‌, ପିଜି ଆଡମିଶନକୁ ଆହୁରି ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କଲେଜସ୍ତରରେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ପୁଣେ ଓ ହାଇଦ୍ରାବାଦ ସ୍ଥିତ ବିଶ୍ୱବିଦ୍ୟାଳୟରେ ପ୍ରଶିକ୍ଷଣ ଦିଆଯିବ।

Latest Posts

Don't Miss