ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

1 min read

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ଶୋଇଥିବା ଅବସ୍ଥାରେ ଗାଡ଼ି ମାଡ଼ିଯିବାରୁ ପ୍ରାଣ ହରାଇଲେ ୧୮ ଜଣ ଶ୍ରମିକ । ଏଥିସହ ଆହତ ହୋଇଛନ୍ତି ୧୯ ଜଣ । ଉତ୍ତରପ୍ରଦେଶର ବାରବାଙ୍କିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏକ ସଡ଼କ ଉପରେ ରାତିରେ କିଛି ଶ୍ରମିକ ଶୋଇଥିଲେ । ଏକ ଡବଲ ଡେକର ବସ୍ ସହ ଏକ ଟ୍ରକର ଧକ୍କା ହେବା ପରେ ସେମାନଙ୍କ ଉପରକୁ ଚଢିଯାଇଥିଲା । ଘଟଣାସ୍ଥଳରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି ।

ଅପରପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘାେଷଣା କରିଛନ୍ତି ।

 

Leave a Reply