spot_img

Latest Posts

ତାଲିବାନ ନେତାଙ୍କ ଘୋଷଣା; ହିନ୍ଦୁ-ଶିଖ୍ ସମସ୍ତଙ୍କୁ ଦିଆଯିବ ସୁରକ୍ଷା

କାବୁଲ: ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ଫେରିଛି ତାଲିବାନ। ଯାହା ପରେ ଭୟଭୀତ ହୋଇପଡିଛନ୍ତି ସେଠାକାର ବାସିନ୍ଦା । ସ୍ଥିତି ଏଭଳି ଯେ  ଲୋକମାନେ ଦେଶ ଛାଡିବାକୁ ଚାହୁଁଛନ୍ତି। କିଛି ଲୋକ ଗୁରୁଦ୍ୱାରରେ ମଧ୍ୟ ଆଶ୍ରୟ ନେବାରେ ଲାଗିଛନ୍ତି। ଏଭଳି ସମୟରେ କାବୁଲର ଗୁରୁଦ୍ୱାରରୁ ଆସିଛି ଏକ ଭିଡିଓ ।

ଯେଉଁଥିରେ ଦେଖିବାକୁ ମିଳିଛି, ତାଲିବାନ ନେତାମାନେ କାବୁଲର ଗୁରୁଦ୍ୱାର ସାହିବରେ ପହଞ୍ଚିଛନ୍ତି। ଏହି ଭିଡିଓକୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ଅଧ୍ୟକ୍ଷ ମଞ୍ଜିନ୍ଦର ସିଂ ସିରସା ଶେୟାର କରିଛନ୍ତି।

https://twitter.com/mssirsa/status/1428032650262978560?s=20

ସିରସା କହିଛନ୍ତି ଯେ କାବୁଲର ଗୁରୁଦ୍ୱାରରେ ଆଶ୍ରୟ ନେଇଥିବା ହିନ୍ଦୁ ଏବଂ ଶିଖଙ୍କୁ ଭେଟି ତାଲିବାନ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେବା ସହ ପ୍ରତିଶୋଧ ନିଆଯିବ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି ।

ସିରସା ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ପରିବାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କଥା ହୋଇଛନ୍ତି। ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କ ପାଇଁ ଆରମ୍ଭ ନୂଆ ଯୋଜନା ଅଧୀନରେ ସମସ୍ତଙ୍କ ଭିସାକୁ ମଞ୍ଜୁରୀ ମିଳିଯାଇଛି।

ଅପରପକ୍ଷେ ସେ କାବୁଲର ଗୁରୁଦ୍ୱାର କମିଟିର ସଭାପତି ଗୁରୁନମ ସିଂଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଲୋକମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତଙ୍କର ଭିସାକୁ ମଧ୍ୟ ଅନୁମୋଦନ କରାଯାଇଛି। ଏବେ ଖାଲି କାବୁଲ ଛାଡିବାକୁ ଅପେକ୍ଷା କରାଯାଇଛି ।

 

 

Latest Posts

Don't Miss