spot_img

Latest Posts

ଆଫଗାନିସ୍ତାନରୁ ଫେରିବେ ଆଉ ୪୫୦ ଜଣ ଭାରତୀୟ

ନୂଆଦିଲ୍ଲୀ:ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୪୦୦ରୁ ୪୫୦ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ଆଫଗାନିସ୍ତାନ ସେଲ ସହିତ ଯୋଗାଯୋଗ କରିବାକୁ କହିଛନ୍ତି।

ଆଫଗାନିସ୍ତାନର ଅତ୍ୟଧିକ ଅସ୍ଥିର ତଥା ବିପଜ୍ଜନକ ପରିସ୍ଥିତି ସମ୍ପର୍କରେ ଚଳିତ ବର୍ଷ ଏପ୍ରିଲରୁ କାବୁଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ  ପାଞ୍ଚଟି ସୁରକ୍ଷା ପରାମର୍ଶଦାତା ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଭାରତୀୟ ନାଗରିକମାନେ ଆଫଗାନିସ୍ତାନରେ ରହିଥିଲେ। ଏପ୍ରିଲ ୧୨, ଜୁନ୍ ୨୯ ଏବଂ ଜୁଲାଇ ୪ରେ ଦିଆଯାଇଥିବା ପ୍ରଥମ ତିନୋଟି ପରାମର୍ଶ । ଭାରତୀୟ ନାଗରିକଙ୍କୁ ଅପହରଣ କରାଯିବାକୁ ଦିଆଯାଉଥିବା ଧମକ ବିଷୟରେ ଚେତାଇ ସେମାନଙ୍କୁ ଦୂତାବାସରେ ପଞ୍ଜିକରଣ କରିବାକୁ କୁହାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଆଫଗାନ୍ ବିମାନବନ୍ଦରରେ ବାୟୁସେନା ବିମାନ: ରାଷ୍ଟ୍ରଦୂତଙ୍କ ସମେତ ୧୨୦ ଭାରତୀୟ ଉଦ୍ଧାର

ଅପରପକ୍ଷରେ ଏହା ପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ଆଫଗାନିସ୍ତାନ ସ୍ଥିତ କୁଟନୈତିଜ୍ଞ, ଦୂତାବାସ କାର୍ମଚାରୀ ସମେତ ଅନ୍ୟ କିଛି ଲୋକଙ୍କୁ ଭାରତ ସ୍ୱତନ୍ତ୍ର ପ୍ରତ୍ୟାବର୍ତ୍ତନ କରାଯାଇଥିଲା । ଏହା ପରେ ମଧ୍ୟ ଫସିରହିଥିବା ଲୋକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ଭାରତ ।

Latest Posts

Don't Miss