spot_img

Latest Posts

ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର: ସ୍ୱାମୀ ବିରୋଧରେ ସ୍ତ୍ରୀ ଆଣିଥିବା ଦୁୁଷ୍କର୍ମ ମାମଲାରେ ଛତିଶଗଡ଼ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଆଇନ ଅନୁଯାୟୀ ଯଦି ବିବାହିତ ପତ୍ନୀର ଇଚ୍ଛା ବିରୋଧରେ କିମ୍ବା ବଳପୂର୍ବକ ଭାବେ ସ୍ୱାମୀ ଶାରୀରିକ ସମ୍ପର୍କ ରଖେ, ତେବେ ତାହା ଦୁଷ୍କର୍ମ ନୁହେଁ । କିନ୍ତୁ ପତ୍ନୀର ବୟସ ୧୮ ବର୍ଷରୁ କମ୍ ହୋଇନଥିବ ।

ବେମେତରା ଜିଲ୍ଲାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିବା ନେଇ ମାମଲା ଦାୟର କରିଥିଲେ। ଏଥିସହିତ ସ୍ୱାମୀ ଏବଂ ତାଙ୍କ ପରିବାରର ଆଉ କିଛି ସଦସ୍ୟଙ୍କ ବିରୋଧରେ ଯୗେତୁକ ନିର୍ଯାତନା ମାମଲା ମଧ୍ୟ ରୁଜୁ କରିଥିଲେ।

ସୂଚନା ଅନୁଯାୟୀ, ଉଭୟଙ୍କ ବିବାହ ୨୦୧୭ ମସିହାରେ ହୋଇଥିଲା। ବିବାହ ପରେ ସ୍ୱାମୀ ତାଙ୍କ ଇଚ୍ଛା ବିରୁଦ୍ଧରେ ଅନେକ ଥର ଶାରୀରିକ ସମ୍ପର୍କ ରଖିବା ଏବଂ ଯୗେତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏହି ମାମଲାରେ ବେମେତରାର ସେସନ୍ କୋର୍ଟ ଧାରା ୪୯୮, ୩୭୬, ୩୭୭ ଏବଂ ଧାରା ୪୪ ଅଧିନରେ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଯାହା ପରେ ସ୍ୱାମୀ ଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଏହି ମାମଲାରେ ବିଚାରପତି ଏନକେ ଚନ୍ଦ୍ରବଂଶୀ କହିଛନ୍ତି ଯେ, ବିବାହିତ ପତ୍ନୀର ଇଚ୍ଛା ବିରୋଧରେ କିମ୍ବା ବଳପୂର୍ବକ ଭାବେ ସ୍ୱାମୀ ଯଦି ଶାରୀରିକ ସମ୍ପର୍କ ରଖେ । ଯଦି ପତ୍ନୀର ବୟସ ୧୮ ବର୍ଷରୁ କମ୍ ହୋଇନଥିବ ତେବେ ତାହା ଦୁଷ୍କର୍ମ ନୁହେଁ ।

ଏହାବ୍ୟତୀତ ଅପ୍ରାକୃତିକ ଯୗେନ ସମ୍ପର୍କ ଅଭିଯୋଗ ମାମଲାରେ କୋର୍ଟ କହିଛନ୍ତି ଯେ, କୌଣସି ପ୍ରକାରର ଅପ୍ରାକୃତିକ ଯୗେନ ସମ୍ପର୍କ ରଖିବା ଅପରାଧ । ଆଉ ଏହାକୁ ଆଇପିସି ଧାରା ୩୭୭ ଅଧିନରେ ଅପରାଧ ବୋଲି ସୂଚାଯାଏ ।

 

Latest Posts

Don't Miss