spot_img

Latest Posts

ମିଛ କିଡନାପ ଓ ଲଭ ଷ୍ଟୋରୀରେ କ୍ଲାଇମାକ୍ସ, ଗୁମର ଖୋଲିବ ପୋଲିସ୍‌

ଭୁବନେଶ୍ୱର: ଲିଙ୍ଗିପୁର ଡେଲିଭରି ବଏ ମିଛ ଅପହରଣ ମାମଲା। ଡେଲିଭରି ବଏ ପତିତପାବନ ଓ ତାର ପ୍ରେମିକାକୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଧଉଳି ଥାନା ପୋଲିସ। ମଧ୍ୟପ୍ରଦେଶର କଟଣୀରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଁଚିଛି ପୋଲିସ। ୨୩୨୬ କିଲୋମିଟର ଦୂରର ଲଭ ଷ୍ଟୋରି ଓ କିଡନାପରେ ଆସିଛି କ୍ଲାଇମାକ୍ସ।

ଗତ ଶନିବାର ରାତିରେ କିଡନାପ ନେଇ ପତ୍ନୀଙ୍କୁ ଭଏସ ମେସେଜ୍ କରିଥିଲା ପତିତପାବନ। ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କଟଣୀ ରେଲୱେ ଷ୍ଟେସନରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ଠାବ କରିଥିଲା ପୋଲିସ। ପତ୍ନୀ ଠାରୁ ୩୦ ହଜାର ଟଙ୍କା ନେଇ ପ୍ରେମିକା ସହ ଟ୍ରେନ୍ ଯୋଗେ ଚମ୍ପଟ ମାରିଥିଲା ସ୍ୱାମୀ। ଆଜି ପୋଲିସର ପଚାରଉଚରା ପରେ ପୂରା ନାଟକରୁ ହଟିବ ପରଦା। ଅଧିକ ତଥ୍ୟ ପ୍ରେସମିଟରେ ଖୁଲାସ କରିବ କମିଶନରେଟ ପୋଲିସ।

ସୂଚନା ଅନୁସାରେ କଲେଜରେ ପଢ଼ୁଥିବା ବେଳେ ଚିକୁନ୍ ଓରଫ ପତିତପାବନ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା। ଯୁବତୀ ଦ୍ୱୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ବର୍ଷକ ତଳେ ଚିକୁନ୍ ସେମାନଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା। ତେବେ ଚିକୁନ ପତ୍ନୀ ସହ ଏଠାରେ ରହୁଥିଲେ ମଧ୍ୟ ଗୋପ ଥାନା ଅଞ୍ଚଳରେ ରହୁଥିବା ଅହଲ୍ୟାଙ୍କ ସାଙ୍ଗ ତଥା ତା’ର ଦ୍ୱିତୀୟ ପ୍ରେମିକାଙ୍କ ସହ ସଂପର୍କ ରଖିଥିଲା।

ଅହଲ୍ୟା ଓ ତାଙ୍କ ଘର ଲୋକ ଏହା ଜାଣିବା ପରେ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ଏହାର କିଛି ପ୍ରଭାବ ପଡ଼ି ନଥିଲା ଚିକୁନ୍ ଉପରେ। ପ୍ରେମିକାକୁ ନେଇ ପଳାଇବା‌ ପାଇଁ ଯୋଜନା କରିବା ପରେ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚିକୁନ ଅପହରଣର ଏଭଳି ଏକ ମିଛ ନାଟକ ରଚିଥିଲା। ଯୋଜନା ଅନୁଯାୟୀ ଗତ ୧୧ ତାରିଖ ଦିନ ଚିକୁନ ସୁନ୍ଦରପଦାରେ ଜଣେ ଗ୍ରାହକଙ୍କ ଖାଦ୍ୟ ଅର୍ଡର ଅଛି ବୋଲି କହି ଘରୁ ଯାଇଥିଲା।

Latest Posts

Don't Miss