spot_img

Latest Posts

ବିବାଦ ଭିତରେ ଆଜି ଗୁଜୁରାଟର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଅପରାହ୍ନରେ ମନ୍ତ୍ରୀ ପଦ ପାଇଁ ଶପଥ ନେବେ ବିଧାୟକ

ଗୁଜୁରାଟ: ଗୁଜୁରାଟ ବିଜେପିର ଦଳୀୟ କନ୍ଦଳ ଭିତରେ ଆଜି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀପଦ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଆଜି ଦିନ ଗୋଟାଏ ୩୦ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀ ମଣ୍ଡଳରେ ୨୭ ଜଣ ବିଧାୟକ ମନ୍ତ୍ରୀପଦ ପାଉଛନ୍ତି।

କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପ୍ରାୟ ୯୦ ପ୍ରତିଶତଙ୍କୁ ହଟାଯାଇ ନୂଆ ମୁହଁଙ୍କୁ ମନ୍ତ୍ରୀପଦ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଜଣେ କିମ୍ବା ୨ ଜଣଙ୍କୁ ଦ୍ୱିତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ​‌ରେ ସାମିଲ କରାଯାଇପାରେ। ମନ୍ତ୍ରୀପଦ ପାଉଥିବା ୨୭ ବିଧାୟକ ସମସ୍ତେ ନୂଆ ଅଟନ୍ତି। ବିଜୟ ରୂପାଣୀଙ୍କ ଇସ୍ତଫା ପରେ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନେତାମାନଙ୍କ ପଦବୀ ଯାଇପାରେ। ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲ, ଭୂପେନ୍ଦ୍ର ସିଂହ ଚୁଡାସ୍ମା, ଆରସୀ ଫାଲଦୁ ଏବଂ କୌଶିକ ପଟେଲଙ୍କ ଭବିଷ୍ୟତକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବାସଭବନରେ ଅନେକ ବିଜେପି ବିଧାୟକ ବୈଠକ କରିଛନ୍ତି  ଗୁଜୁରାଟ ବିଜେପି ହେଭିଓ୍ୱେଟ୍‌ କୁହାଯାଉଥିବା ଇଶ୍ୱର ପରମାର, ବଚ୍ଚୁ ଖାବଡ୍‌, ବାସଣ ଆହୀର, ଯୋଗେଶ ପଟେଲ ପ୍ରମୁଖ ବିଜୟ ରୁପାଣୀଙ୍କ ବାସଭବନକୁ ଯାଇ ତାଙ୍କ ସହିତ ଆଲୋଚନା କରିଥିଲେ।

Latest Posts

Don't Miss