spot_img

Latest Posts

ମାତ୍ର କେଇଟା ଟଙ୍କା ପାଇଁ ଗାଁ ଦାଣ୍ଡରେ ମହିଳା କାଟିଲେ ମହିଳାଙ୍କ ଚୁଟି, ଭିଡିଓ କଲେ ପାଖରେ ଥିବା ଛୋଟ ପୁଅ-ଝିଅ

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ଚାଲିଛି ମହିଳାଙ୍କୁ ଲଣ୍ଡା କରିବାର ଅପମାନର ବର୍ବ। ମହିଳା ଜଣକୁ ଦାଣ୍ଡ ମଝିରେ ବସାଇ କଇଁଚିରେ କାଟି ଚାଲିଛନ୍ତି ଚୁଟି। ଖାଲି ସେତିକି ନୁହେଁ ମୁଁହରେ ମଧ୍ୟ କଳା ବୋଳା ଚାଲିଛି। ଏକବିଂଶ ଶତାବ୍ଦୀରେ ବି ଶିକ୍ଷିତ ସମାଜରେ ଘଟୁଛି ଏଭଳି ନିନ୍ଦନୀୟ ଘଟଣା। ସାମାନ୍ୟ କେଇଟା ଟଙ୍କା ପାଇଁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ନିର୍ଯାତନା। ଏ ଦୃଶ୍ୟ କୌଣସି ଦୁର୍ଗମ ଆଦିବାସୀ ଅଞ୍ଚଳର ନୁହେଁ। ବରଂ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର। ଉଦାର ଟଙ୍କା ପାଇଁ ଶିକାର ହୋଇଛନ୍ତି ଏଭଳି ନିର୍ଯାତନାର।

ବେଲତଳ ଗାଁରେ ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ମହିଳାଙ୍କ ଚୁଟି କାଟିବା ସହ ତାଙ୍କ ମୁହଁରେ କଳା ବୋଳୁଛନ୍ତି ଗାଁର କିଛି ମହିଳା। ପାଖରେ ଥିବା ଛୋଟ ପିଲା ମଧ୍ୟ ଏଭଳି ଘଟଣାର ମନଭରି ଉପଭୋଗ କରୁଛନ୍ତି। ସଭ୍ୟ ସମାଜରେ ଏପରି ଜୁଲମ୍‌ ନିନ୍ଦନୀୟ ନୁହେଁ କି ? ପାଖରେ ଛିଡ଼ା ହୋଇଥିବା ଛୋଟ ପିଲା ଏଥିରୁ କଣ ଶିକ୍ଷିବେ ? ନିଜର ଅସହାୟ କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳାମାନେ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ। ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥା ହୋଇଛନ୍ତି ମହିଳା।

Latest Posts

Don't Miss