spot_img

Latest Posts

ନାମଲେଖା ଫିସ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ତୀବ୍ର ବିରୋଧ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି। ନାମଲେଖା ଫିସ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ମାନେ ତୀବ୍ର ବିରୋଧ କରିଛନ୍ତି। ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକରେ ତାଲା ପକାଇବା ଧାରଣାରେ ଶହଶହ ଛାତ୍ରଛାତ୍ରୀ ବସିଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟରେ ଦୀର୍ଘ ଦିନ ହେବ ଅଧକ୍ଷ ପଦ ଖାଲିପଡ଼ିରହିଛି।

ହେଲେ ଦିନକୁ ଦିନ ଫିସ୍ ବୃଦ୍ଧି ହେଉଛି ବୋଲି କହିଛନ୍ତି କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକ। ଏଥିସହିତ କଲେଜର ପରିବେଶ ଓ ଶ୍ରେଣୀଗୃହ ଗୁଡ଼ିକ ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି। ମରାମତି ହେଉନାହିଁ, ପିଇବା ପାଣିର ଅବ୍ୟବସ୍ଥା, ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ଦେଖିବାକୁ ମିଳୁଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

Latest Posts

Don't Miss