ସୁଇସାଇଡ ନୋଟ୍‌ରେ ୩ଜଣଙ୍କୁ ଦାୟୀ କରିଛନ୍ତି ମହନ୍ତ ନରେନ୍ଦ୍ର ଗିରି,ଏହି କାରଣରୁ କରିଛନ୍ତି ଆତ୍ମହତ୍ୟା

ଅଖିଳ ଭାରତୀୟ ଆଖାଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ଏବଂ ତାଙ୍କୁ ପଚରାଉଚରା ଜାରି ରଖିଛି ।

ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।

भास्कर को कथित सुसाइड नोट मिला है, ये पहली बार सामने आया है, लेकिन पुलिस ने इसकी पुष्टि अभी नहीं की है।

ଜାତୀୟ ଗଣମାଧ୍ୟମରେ ପ୍ରଦର୍ଶିତ ସୁଇସାଇଡ ନୋଟ୍ ଅନୁଯାୟୀ, ଜନୈକ ମହିଳାଙ୍କ ସହ ଯୋଡ଼ି ନରେନ୍ଦ୍ର ଗିରିଙ୍କ ଏକ ଭିଡିଓ ଭାଇରାଲ କରାଯିବା ନେଇ ଧମକ ଦିଆଯାଇଥିଲା । ଏଣୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଲେଖିଛନ୍ତି । ଚିଠିରେ ଆନନ୍ଦ ଗିରି ଏବଂ ଆଦିତ୍ୟ ତିଓ୍ୱାରୀ ଏବଂ ସନ୍ଦୀପ ତିଓ୍ୱାରୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏବଂ ଏହି ୩ଜଣଙ୍କ ଲାଗି ନରେନ୍ଦ୍ର ଗିରି ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ପୋଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ୧୩ ପୃଷ୍ଠା ସୁଇସାଇଡ ନୋଟରେ ୩ ଥର ଏମାନଙ୍କୁ ନରେନ୍ଦ୍ର ଗିରି ଦାୟୀ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: Narendra Giri Maharaj Death: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ SIT ଗଠନ କଲେ ଯୋଗୀ ସରକାର

Leave a Reply