spot_img

Latest Posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଶୋଧିତ ବିଲକୁ ରାଜ୍ୟପାଳ ଅନୁମୋଦନ କରିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ। ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରାଯାଇପାରିବ ନାହିଁ । ସମୁଦାୟ ଆସନର ୫୦ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷିତ ରହିବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି ।

ଅପରପକ୍ଷେ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ଅତିବେଶିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସୂଚନା ମିଳିଛି।

Latest Posts

Don't Miss