spot_img

Latest Posts

କରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର, ଓଡ଼ିଶାରେ ପ୍ରଭାବ ପକାଇନପାରେ ତୃତୀୟ ଲହର !

ଭୁବନେଶ୍ୱର: ଓଡ଼ିଶାରେ ପ୍ରଭାବ ପକାଇନପାରେ କରୋନାର ତୃତୀୟ ଲହର। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ କରୋନା ସଂକ୍ରମଣକୁ ଦେଖିଲେ ଓଡ଼ିଶା ଭଲ ସ୍ଥିତିରେ ଅଛି। ସେରୋ ସର୍ଭେରୁ ମଧ୍ୟ ଆସିଛି ଆଶ୍ବସ୍ତିକର ତଥ୍ୟ। ସବୁ ବର୍ଗର ଲୋକଙ୍କ ଶରୀରରେ ଭଲ ଆଣ୍ଟିବଡି ଅଛି। ସ୍ବାସ୍ଥ୍ୟକର୍ମୀଙ୍କର ୯୩ ପ୍ରତିଶତ ଓ ସାଧାରଣ ଲୋକଙ୍କର ୭୩ ପ୍ରତିଶତ ଆଣ୍ଟିବଡି ରହିଛି। ଦିବ୍ୟାଙ୍ଗ, ବୟସ୍କ ଏବଂ ଶିଶୁମାନଙ୍କ ନିକଟରେ ମଧ୍ୟ ରହିଛି ଭଲ ଆଣ୍ଟିବଡି। ଟିକା ନେଇଥିବା ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ରହିଛି।

କୋଭିସିଲିଡ ଏବଂ କୋଭାସ୍କିନ ଟିକା ଭିତରେ କୌଣସି ଫରକ ନଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଉଭୟ ଟିକା କରୋନା ବିରୋଧରେ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳରେ କରୋନା ସ୍ଥିତିରେ ଅନେକ ସୁଦ୍ଧାର ଆସିଛି। ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବାକୁ ପଡ଼ିବ। ପାର୍ବଣ ଋତୁ ସଂକ୍ରମଣ ବଢ଼ାଇପାରେ। ଏଣୁ କରୋନା କଟକଣା ମାନିବା ଜରୁରୀ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେହିପରି ରାଜ୍ୟରେ ଅଣ-ସଂକ୍ରମଣ ରୋଗ ମଧ୍ୟ ବଢ଼ି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Latest Posts

Don't Miss