spot_img

Latest Posts

ଚାଷିଙ୍କ ପାଇଁ ଅଭିଶାପ ପାଲଟିଛି IOCLର ତୈଳ ବିଶୋଧନାଗାର, ଘଣ୍ଟ ବାଡ଼େଇ ଲୋକଙ୍କୁ କରୁଛନ୍ତି ଏକାଠି

ଭୁବନେଶ୍ୱର: ଚାଷୀଙ୍କ ପାଇଁ କାଳ ସାଜିଛି ପାରଦୀପ ଆଇଓସିଏଲ ତୈଳ ବିଶୋଧନାଗାର। ଏକର ଏକର ଜମିରି ପଶୁଛି ତେଲମିଶା ପାଣି। ନିଷ୍କାସନର ସୁବିଧା ନଥିବାରୁ ଜମିରେ ମାଡୁଛି। ଯାହାଫଳରେ ସଢି ଯାଉଛି ଧାନ ଗଛ। ଚାଷୀଙ୍କ ସୁନାର ସ୍ୱପ୍ନ ଆଇଓସିଏଲ୍‌ ପାଇଁ ଭାଙ୍ଗିରୁଜି ଚୁରମାର ହେଉଛି। ଏହାରି ବିରୋଧରେ ଏକାଠି ହେଲେଣି ପାରାଦୀପ ଢ଼ିଙ୍କିଆ, ତ୍ରୀଲୋଚନପୁର ଓ ବଡକଣ୍ଟା ଗ୍ରାମର ଚାଷୀ।

ଘଣ୍ଟ ବାଡେଇ ଲୋକଙ୍କୁ ଏକାଠି କରୁଛନ୍ତି ଅଞ୍ଚଳବାସୀ। କମ୍ପାନୀର ପରିଚାଳନାଗତ ତ୍ରୁଟି ଯୋଗୁଁ ଚାଷୀ ଦୁଃଖ ସହୁଥିବା ଅଭିଯୋଗ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ କ୍ଷତିପୂରଣ ସହିତ ସ୍ଥାୟୀ ସମାଧାନ କରାନଗଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଲୋକେ।

ସ୍ବର୍ଣ୍ଣଗର୍ଭା କୁହାଯାଉଥିବା ବନ୍ଦର ନିକଟସ୍ଥ ଢ଼ିଙ୍କିଆ, ନୂଆଗାଁ, ଗୋବିନ୍ଦପୁର, ବାଲିତୁଠ ଅଞ୍ଚଳ ଏବେ ଆଇଓସିଏଲ ତେଲ ଯୋଗୁଁ ଶ୍ରୀହିନ ହେବାକୁ ବସିଛି। ଧାନ, ପାନ ଓ ମାଛ ଚାଷ ତେଲ ଯୋଗୁଁ ନଷ୍ଟ ହେଉଛି।

 

ର୍ତୈଳ ମିଶ୍ରିତ ପାଣି ଚାଷ ଜମି ସହ ନଦୀରେ ମିଶୁଛି। ବାରମ୍ବାର ଏନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି। ନଦୀ ଓ ଚାଷ ଜମିରେ ଏକ ତୈଳାକ୍ତ ଆସ୍ତରଣ ଜମି ରହୁଛି। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Latest Posts

Don't Miss