spot_img

Latest Posts

ବର୍ଷା ଆସିଲେ ବାଲେଶ୍ୱରୀଆଙ୍କ ପାଇଁ ଦୁଃଖ ପାଲଟେ କାଂଶବାଂଶ ନଈ

ବାଲେଶ୍ୱର: ବାଲେଶ୍ବରବାସୀଙ୍କ ଦୁଃଖ ପାଲଟିଛି କାଂଶବାଂଶ। ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ବ୍ଲକ ଦେଇ ପ୍ରବାହିତ ହେଉଛି ଏହି ନଈ। ହେଲେ ବର୍ଷା ଦିନ ଆସିଲେ ନଦୀ ଦେଉଛି କଷ୍ଟ। ନଈ କୂଳରେ ଥିବା ୪୦ ଗାଁର ୨୦ ହଜାରରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୁଅନ୍ତି। ବହ୍ୟ ଜଗତରୁ ବିଛିନ୍ନ ହୁଏ ଏହି ୪୦ ଗାଁ। ନଦୀ ଗର୍ଭ ପୋତି ହେବା ସହ ପଥର ପ୍ୟାକିଂ ନଷ୍ଟ ହେବାକୁ ବସିଥିବାରୁ ଭୟର ବିତୁଛି ଲୋକଙ୍କ ଜୀବନ। ଏନେଇ ବାରମ୍ବାର ଅଭିଯୋଗ ହୋଇଛି। କାମ ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହେଉଛି। ହେଲେ ମରାମତି ପାଇଁ ବିଭିନ୍ନ ଯୋଜନାରେ ଆସୁଥିବା ସରକାରୀ ଅର୍ଥ ବାଟମାରଣା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଈ କୂଳ ଲଂଘେ। ଫଳରେ ଅଞ୍ଚଳର ଏକର ଏକର ଜମିରେ ପାଣି ପଶି ଫସଲ ନଷ୍ଟ ହୁଏ। ସେପଟେ ବିଭାଗୀୟ ଯନ୍ତ୍ରୀଙ୍କ କହିବା କଥା, ନଦୀ ଖନନ ପରେ ମାଟି ପକାଇବାକୁ ସ୍ଥାନ ନଥିବାରୁ ପାଖ ଜମିରେ ପକାଇବାକୁ ପଡୁଛି। ତେବେ ଖୁବଶୀଘ୍ର ପଥର ପ୍ୟାକିଂ କରି ମରାମତି କରାଯିବ। ନଦୀର ଉପଯୁକ୍ତ ମରାମତି କରାଗଲେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇ ପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ।

Latest Posts

Don't Miss