spot_img

Latest Posts

ପିପିଲି ଉପନିର୍ବାଚନରେ ମତଦାନ ପୂର୍ବରୁ ଏକଜିଟ୍‌ ପୋଲ ଉପରେ କଟକଣା

ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପିପିଲି ଉପ ନିର୍ବାଚନ। ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନ ଏକଜିଟ୍ ପୋଲ ଉପରେ କଟକଣା ଲାଗିଛି। କଟକଣା ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟ ପୂର୍ବରୁ ଫଳାଫଳ ପୂର୍ବାନୁମାନ କରିବାକୁ ସମ୍ବାଦ ପତ୍ର, ଟେଲିଭିଜନ ଓ ରେଡିଓ ଚ୍ୟାନେଲକୁ ମନା କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟରେ ଏହି ନିଷେଧାଦେଶ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ତେବେ ସେପଟେ ଆଜି ପିପିଳି ମହାସମର ପାଇଁ ସରିଲା ପ୍ରଚାର। ଭୋଟ୍‌ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଦୁଇ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଆଜି ଶେଷ ଦିନରେ ଜୋରଦାର କ୍ୟାମ୍ପେନିଂରେ କମ୍ପିଛି ପିପିଲି। ବିଜୟ ପାଇଁ ପ୍ରମୁଖ ରାଜନୈତିକ ଦଳ କରିଛନ୍ତି ଶେଷ କସରତ। କ୍ୟାମ୍ପେନିଂରେ ଫାଇନାଲ୍‌ ଟଚ୍‌ ଦେଇଛନ୍ତି ହେଭିଓ୍ବେଟ୍‌ ନେତା। ଭୋଟରଙ୍କ ସମର୍ଥନ ସାଉଁଟିବାକୁ ଶେଷ ଉଦ୍ୟମ କରିଛନ୍ତି ପ୍ରାର୍ଥୀ ଓ ନେତା।

Latest Posts

Don't Miss